www.samajalive.in
Sunday, December 7, 2025
14.1 C
Bhubaneswar

ରାସ୍ତା ଖରାପ ଯୋଗୁଁ ଆସିପାରିଲାନି ଆମ୍ବୁଲାନ୍ସ, ପୁଣି ଖଟିଆରେ ବୁହା ହେଲେ ରୋଗୀ

କେଶଦୁରାପାଳ: ସରକାର ଗମନା ଗମନର ସୁବିଧା ପାଇଁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା, ବିଜୁ ସଡ଼କ ଆଦି ବିଭିନ୍ନ ଯୋଜନାରେ ଜନସାଧାରଣଙ୍କ ଗମନା ଗମନର ସୁବିଧା ପାଇଁ ବ୍ୟବସ୍ଥା କରିଛନ୍ତି। କିନ୍ତୁ ଅନେକ ସମୟରେ ଏହିସବୁ ଯୋଜନା ଫେଲ ମାରିଥିବା ନେଇ ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶ ପାଉଛି। ତେବେ ଗାଁ କୁ ଯାଇପାରିଲାନି ୧୦୮ ଆମ୍ବୁଲାନ୍ସ ଖଟିଆରେ ଗୁରୁତର ରୋଗୀ ବୁହା ହେବା ଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲା ଆନନ୍ଦପୁର ବ୍ଳକ ଅନ୍ତର୍ଗତ କଣ୍ଟିପାଳ ୩ନଂ ୱାର୍ଡ ପଇତାପାଣି ଗାଁର ମୃତ ଭାଗିରଥି ହୋଙ୍କ ଝିଅ ଜିଙ୍ଗି।ପେଟ ଯନ୍ତ୍ରଣା ଚରମ ସୀମାରେ ପହଞ୍ଚିଲା ପରିବାର ଲୋକେ ଡାକ୍ତରଖାନା ନେବା ପାଇଁ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ହେଲେ ୧୦୮ ଆମ୍ବୁଲାନ୍ସ ଆସିଥିଲା ରାସ୍ତା ଅବସ୍ଥା ଅତ୍ୟନ୍ତ ଖରାପ ଥିବାରୁ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିପାରି ନ ଥିଲା। ଫଳରେ ଗୁରୁତର ଜିଙ୍ଗାଙ୍କୁ ଏକ କି.ମି ଯାଏ ଖଟିଆ ରେ ବୋହି ନେବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ତେବେ ଜନସାଧାରଣଙ୍କ ଗମନା ଗମନର ସୁବିଧା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କେବଳ ପ୍ରହସନରେ ପରିଣତ ହୋଇଛି ବୋଲି ସାଧାରଣରେ ଆଲୋଚନା ହେଉଛି ୨୧ ବର୍ଷ ଧରୀ ଶାସନ କାଳ ଭିିତରେ ରାଜ୍ୟର ଏଭଳି ବିକାଶ କରିଛନ୍ତି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories