www.samajalive.in
Wednesday, December 10, 2025
15.1 C
Bhubaneswar

କେରଳରେ ବର୍ଷା ବିତ୍ପାତ : ମୃତ୍ୟୁ ସଂଖ୍ୟା ୩୫କୁ ବୃଦ୍ଧି

ତିରୁଅନନ୍ତପୁରମ୍ : କେରଳରେ ଲାଗି ରହିଥିବା ବର୍ଷା ଓ ବନ୍ୟାର ବିଭୀଷିକାରେ ମୃତ୍ୟୁ ସଂଖ୍ୟା ୩୫କୁ ବୃଦ୍ଧି ପାଇଛି। ରାଜ୍ୟରେ ଉଦ୍ଧାରକାର୍ଯ୍ୟ ଓ ରିଲିଫ କାର୍ଯ୍ୟରେ ରାଜ୍ୟସରକାର ବିଫଳ ହୋଇଥିବା ନେଇ ବିରୋଧୀ ଦଳ ଅଭିଯୋଗ କରିଛନ୍ତି।
ରବିବାର ଦିନ ଇଡୁକି ଏବଂ କୋଟାୟାମ ଜିଲ୍ଲାର ସବୁଠାରୁ ଅଧିକ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ପରେ ବିରୋଧୀଦଳର ନେତା ଭି.ଡି ସାଥେସନ ପ୍ରଶ୍ନ କରିଛନ୍ତି ଯେ ଭାରତ ପାଣିପାଗ ବିଭାଗ (ଆଇଏମଡି) ର ଚେତାବନୀ  ସତ୍ତେ୍ୱ  ରାଜ୍ୟ ସରକାର କାହିଁକି ପ୍ରତିକାର ମୂଳକ ପଦକ୍ଷେପ ନେଇ ପାରିଲେ ନାହିଁ।
ଏହାର ଉତ୍ତରରେ କେରଳ ରାଜସ୍ୱ ମନ୍ତ୍ରୀ କେ ରାଜନ କହିଛନ୍ତି: “ଆମେ ରିପୋର୍ଟ ଉପରେ ନିର୍ଭର କରୁ ଏବଂ କେନ୍ଦ୍ର ଆଧାରରେ କାର୍ୟ୍ୟ କରୁଛୁ ଏବଂ ଆମେ ତାହା କରିଛୁ। ଯେତେବେଳେ ରାଜ୍ୟ କଠିନ ସମୟ ଦେଇ ଗତି କରୁଛି ସେତେବେଳେ ସୋସିଆଲ ମିଡିଆର ଅପବ୍ୟବହାର କରୁଥିବା ଲୋକଙ୍କ ବିରୋଧରେ କଡା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ। ”
ସଦ୍ୟତମ ପାଣିପାଗ ପୂର୍ବାନୁମାନ ଅନୁଯାୟୀ ବୁଧବାର ଠାରୁ ପ୍ରବଳ ବର୍ଷା କେରଳକୁ ପ୍ରଭାବିତ କରିବ। ରାଜ୍ୟର ୧୪ ଟି ଜିଲ୍ଲା ମଧ୍ୟରୁ ଆଠଟିରେ ସତର୍କ ସୂଚନା ଜାରି କରାଯାଇଛି। କେରଳର ପୂର୍ବ ପାହାଡ଼ିଆ ଅଞ୍ଚଳରେ ପ୍ରବଳ ବର୍ଷା ହେବା ପରେ ବିଭିନ୍ନ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଉଛି। ସେପଟେ କେରଳ ସରକାର ଚେତାବନୀ ଦେଇଛନ୍ତି ଯେ କେତେକ ଜଳଭଣ୍ଡାରର ଫାଟକ ଉଠାଯିବ ଯାହା ଦ୍ୱାରା ଦକ୍ଷିଣ ଏବଂ ମଧ୍ୟ କେରଳରେ ନଦୀ ଜଳର ଜଳସ୍ତର ବୃଦ୍ଧି ପାଇବ।
ସୋମବାର, ଇଡୁକି ଜଳଭଣ୍ଡାରର ଜଳସ୍ତର ୨,୩୯୬.୯୬ ଫୁଟକୁ ବୃଦ୍ଧି ପାଇ ସତର୍କ ସୂଚନା ଜାରି କରାଯାଇଥିଲା।
କେରଳର ସ୍ୱାସ୍ଥ୍ୟମନ୍ତ୍ରୀ ଭୀନା ଜର୍ଜଙ୍କ କହିବାନୁସାରେ, ପମ୍ବା ଡ୍ୟାମ ପାଇଁ  ସତର୍କ ସୂଚନା ଜାରି କରାଯାଇଛି। ଏବଂ ଆଜି କକ୍କି ଡ୍ୟାମ୍ ଖୋଲାଯିବ । ସତର୍କ ସୂଚନା ଜାରି କରାଯାଇଥିବାରୁ ନିମ୍ନଗାମୀ ଅଞ୍ଚଳରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ସହ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
ପରିସ୍ଥିତିକୁ ଅନୁଧ୍ୟାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଆଜି ଏକ ବୈଠକ ଡାକିଛନ୍ତି।
ପ୍ରାୟ ୪,୦୦୦ ଲୋକଙ୍କୁ କେରଳ ସରକାରଙ୍କ ଦ୍ୱାରା ଖୋଲାଯାଇଥିବା ପଠାନାମଥୀତା, ଇଡୁକି, କୋଟାୟାମ ଏବଂ ଆଲାପୁଜା ଜିଲ୍ଲାର ରିଲିଫ କ୍ୟାମ୍ପକୁ ସ୍ଥାନାନ୍ତର କରାଯାଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories