www.samajalive.in
Sunday, December 7, 2025
26.1 C
Bhubaneswar

ଡାକ୍ତରଖାନାକୁ ଡର; ବିଦ୍ୟାଳୟରେ ଖୋଲିଲା ଚିକିତ୍ସା କେନ୍ଦ୍ର

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଡାକ୍ତରଖାନା ସାମ୍ନା ପାଟଣା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ଅସ୍ଥାୟୀ ଜ୍ବର ଚିକିତ୍ସା କେନ୍ଦ୍ର ଖୋଲାଯାଇଛି । କରୋନା କଟକଣା ସମୟରେ ସାଧାରଣ ଜ୍ବର, ଥଣ୍ଡା, କାଶ, ସର୍ଦି ରୋଗୀ ଡାକ୍ତରଖାନା ଆସିବାକୁ ଭୟ କରୁଛନ୍ତି । ବିଶେଷ କରି ଡାକ୍ତରଖାନାକୁ ଆସୁଥିବା ବହୁ ରୋଗୀଙ୍କ ଡରରେ ସାଧାରଣ ଜ୍ବର, ଥଣ୍ଡା ରୋଗୀ ଡାକ୍ତରଖାନାକୁ ଆସୁ ନଥିବାରୁ ଡାକ୍ତରଖାନା ସାମ୍ନାରେ ଏକ ଅସ୍ଥାୟୀ ଜ୍ବର ଚିକିତ୍ସା କେନ୍ଦ୍ର ଖୋଲାଯାଇ ଚିକିତ୍ସା କରାଯାଉଛି ।

ଏହି ଚିକିତ୍ସା କେନ୍ଦ୍ରରେ ଡାକ୍ତର ଲକ୍ଷ୍ମଣ ମହାନ୍ତ, ମହିଳା ସ୍ୱାସ୍ଥ୍ୟକର୍ମୀ ନିବେଦିତା ମହାନ୍ତ, ଗିରିଜା ନାଏକ ସାଧାରଣ ଜ୍ବର ଥଣ୍ଡା ରୋଗୀଙ୍କ ଚିକିତ୍ସା ଦାୟିତ୍ବରେ ଅଛନ୍ତି। ଏଠାରେ ଚିକିତ୍ସା ସହ ମାଗଣା ଔଷଧ ମଧ୍ୟ ଯୋଗାଇ ଦିଆଯିବ । ଏଥିପାଇଁ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୋଟିଏ ଶ୍ରେଣୀ କୋଠରୀରେ ଚିକିତ୍ସା ବ୍ୟବସ୍ଥା ହୋଇଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସୁପରିଟେଣ୍ଡେଣ୍ଟ ଡକ୍ଟର ସୁପ୍ରକାଶ ଶତପଥୀଙ୍କ ଠାରୁ ପ୍ରକାଶ ।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories