କେନ୍ଦୁଝରର ବିକାଶ ପାଇଁ ଜନ ଆଶୀର୍ବାଦ ଲୋଡିଲେ ମୀନା

କେନ୍ଦୁଝରଗଡ଼: କେନ୍ଦୁଝରଗଡ ପୌରପାଳିକା ୪ ଓ ୫ନଂ ୱାର୍ଡକୁ ନେଇ ଆଟୋପୁର ଠାରେ ଅନୁଷ୍ଠିତ ନିର୍ବାଚନ ସମାବେଶରେ ବିକାଶପୁରୁଷ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବା ପାଇଁ ସଦର ବିଜେଡି ବିଧାୟିକା ପ୍ରାର୍ଥୀନୀ ମୀନା ମାଝୀ ଜନ ଆଶୀର୍ବାଦ ଲୋଡିଛନ୍ତି। ଶ୍ରୀମତୀ ମାଝୀ ଏହିସମାବେଶରେ ଯୋଗଦେଇ ମା’କୁ ସମ୍ମାନ-ଗାଁକୁ କାମ ସ୍ଲୋଗାନ ଦେଇଥିବା ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ସ୍ୱପ୍ନକୁ ଆଜି ତାଙ୍କର ସୁପୁତ୍ର ନବୀନ ପଟ୍ଟନାୟକ ମହିଳାଙ୍କ ବିକାଶ କଥା ଚିନ୍ତା କରି ଲୋକସଭା ପାଇଁ ଶତକଡା ୩୩ପ୍ରତିଶତ ପ୍ରାର୍ଥୀ ଦେବା ସହିତ ସଦର ନିର୍ବାଚନମଣ୍ଡଳୀରେ ମୋତେ ପ୍ରାର୍ଥୀ ଭାବେ ମନୋନୀତ କରିଥିବାରୁ ସେ ସମସ୍ତଙ୍କର ଆଶୀର୍ବାଦ କାମନା କରିଥିଲେ। ପୂର୍ବତନ ବିଜେଡି ଜିଲା ସଭାପତି ତଥା ଜିଲାପରିଷଦ ସଦସ୍ୟ ଆଶିଷ ଚକ୍ରବର୍ତ୍ତୀ ଏଥିରେ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ପଦକ୍ଷେପ ଯୋଗୁଁ ଓଡିଶା ଆଜି ପ୍ରତିଟି କ୍ଷେତ୍ରରେ ଆଗୁଆ ହୋଇଛି।

prayash

ବନ୍ୟା ବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ ହେଉ ବା ସାଧାରଣ ସ୍ୱାସ୍ଥ୍ୟ ସେବା ହେଉ ନବୀନ ଆମ ସାଥିରେ ଅଛନ୍ତି, ତେଣୁ ନବୀନ ପଟ୍ଟନାୟକଙ୍କୁ ସମର୍ଥନ ଦେବାକୁ ଶ୍ରୀ ଚକ୍ରବର୍ତ୍ତୀ ଅନୁରୋଧ କରିଥିଲେ। ରାଜ୍ୟ ଯୁବ ବିଜେଡି ଉପସଭାପତି ସୌମ୍ୟଶଙ୍କର ଚକ୍ର ନିଜ ବକ୍ତବ୍ୟରେ ଯାହାଙ୍କ ନିଷ୍କଳଙ୍କ ଶାସନ ସମଗ୍ର ବିଶ୍ୱରେ ପ୍ରଶଂସିତ ହୋଇଛି ସେହି ମହାନ ଜନନାୟକଙ୍କୁ ପୁଣି ଥରେ କ୍ଷମତାକୁ ଆଣିବା ପାଇଁ ଆମକୁ କଷ୍ଟରୁ କଷ୍ଟତର ପରିଶ୍ରମ କରିବା ଆବଶ୍ୟକ ବୋଲି କର୍ମୀମାନଙ୍କୁ ଆହ୍ୱାନ ଦେଇଛନ୍ତି। ଏଥିସହ ଗତ ତିନିମାସ ତଳେ ଯେଉଁ ବିଜେପି ନେତାମାନେ ନବୀନଙ୍କ ପ୍ରଂଶସା କରୁଥିଲେ ଏବେ ନିର୍ବାଚନ ସମୟରେ ନବୀନଙ୍କୁ କଟାକ୍ଷ କରିବାର ଅଧିକାର ରହିଛି କି ବୋଲି ପ୍ରଶ୍ନ କରି ବିଜେଡିକୁ ଆଶୀର୍ବାଦ କରିବାକୁ ଶ୍ରୀ ଚକ୍ର ନିବେଦନ କରିଥିଲେ। ବିଜେଡି ନଗର ସଭାପତି ପୂର୍ଣର୍ଚ୍ନ୍ଦ୍ର ସାହୁ ନିଜ ବକ୍ତବ୍ୟରେ ଏହି ବୟସରେ ବି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୈନିକ ୧୮ଘଣ୍ଟା ପରିଶ୍ରମ କରି ସାଢେ ଚାରିକୋଟି ଓଡିଆଙ୍କ କଥା ଚିନ୍ତା କରନ୍ତି। କେନ୍ଦୁଝରଗଡ ପୌରପାଳିକାର କାଉସନିଲର କେକି କାକଳୀ କୁମୁରା ନିଜ ବକ୍ତବ୍ୟରେ କେନ୍ଦୁଝର ଜିଲାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଆମ ନିକଟକୁ ଆସିଥିବାବେଳେ ଗମନାଗମନ କ୍ଷେତ୍ରରେ ଆମର ବିକାଶ ଘଟିଛି। କାଉନସିଲର ଅବିନାଶ ମିଶ୍ର୍ର ଏହି କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦୁଝରରେ ମେଡିକାଲ କଲେଜ ହେଉ ବା ଧରଣୀଧର ବିଶ୍ୱବିଦ୍ୟାଳୟ ହେଊ, ନିରନ୍ତର ବିକାଶ ପ୍ରକ୍ରିୟା ନବୀନ ପଟ୍ଟନାୟକଙ୍କ ପ୍ରଚେଷ୍ଟା ଯୋଗୁଁ ଜାରି ରହିଛି ବୋଲି ନେତାଗଣ କହିଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦିତ ଜଣେ ଜନଜାତି, ଗରିବ ଓ ସମସ୍ତଙ୍କ ସୁଖଦୁଃଖର ସାଥି ମୀନା ମାଝୀଙ୍କୁ ବିଜୟୀ କରି ପ୍ରଥମଥର ପାଇଁ ଜଣେ ଆଦିବାସୀ ମହିଳାଙ୍କୁ କେନ୍ଦୁଝରରୁ ପ୍ରତିନିଧିତ୍ୱ ଦେବା ସୁଯୋଗ ଆସିଛି ବୋଲି ନେତାଗଣ ନିବେଦନ କରିଥିଲେ। ୧୫ନଂ ୱାର୍ଡ କାଉନସିଲର ଭଗବାନ ନାଏକ ନିଜ ବକ୍ତବ୍ୟରେ ବିଜେଡିକୁ ଭୋଟ ଦେବାକୁ ନିବେଦନ କରିଥିଲେ। ବରିଷ୍ଠ ନାଗରିକ ଗୋପାଳ ସାହୁ, କ୍ଷେତ୍ରବାସୀ ସାହୁ, ନିରଞ୍ଜନ ସାହୁ, କମଳ ଲୋଚନ ମିଶ୍ର, ବୁଟୁଲି ସାହୁ, ସଞ୍ଜିବ ରାମ, ନଗର ମହିଳା ବିଜେଡି ସଭାପତି ପୁନମ ସିଂ, ନିତୁ ରାମ, ତୁଷାର ଧଡା ପ୍ରମୁଖ ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମକୁ ରାହୁଲ କୁମାର ସାହୁ ସଂଯୋଜନା କରିଥିଲେ।

Comments are closed.