ଗ୍ରାମାଞ୍ଚଳ ବିପର୍ଯ୍ୟୟ ପରିଚାଳନା ତାଲିମ

କେନ୍ଦୁଝରଗଡ଼: ଜିଲା ଆପାତକାଳୀନ ବିଭାଗ ଓ ଓସ୍‍ଡମା ପକ୍ଷରୁ ଶୁକ୍ରବାର ଜିଲାସ୍ତରୀୟ ଗ୍ରାମାଞ୍ଚଳ ବିପର୍ଯ୍ୟୟ ପରିଚାଳନା ତାଲିମ କର୍ମଶାଳା ସଦର ବ୍ଲକ ସଭା ଗୃହରେ ଆୟୋଜିତ ହୋଇଯାଇଛି। ଜିଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ, ଜିଲା ଆପାକାଳୀନ ଅଧିକାରିଣୀ ସୁରଞ୍ଜିକା ବେହେରା ଯୋଗଦେଇ ଗ୍ରାମାଞ୍ଚଳସ୍ତରରେ ବିପର୍ଯ୍ୟୟ ପରିଚାଳନାର ଆବଶ୍ୟକତା ଓ ଉପାଦେୟତା ସମ୍ପର୍କରେ ମତବ୍ୟକ୍ତ କରିଥିଲେ।

ଓସ୍‍ଡମା ଜିଲା ପ୍ରକଳ୍ପ ଅଧିକାରୀ ସୁଧାଂଶୁ ପୃଷ୍ଟି ପାୱାର ପଏଣ୍ଟ ପ୍ରେଜେଣ୍ଟେସନ ମାଧ୍ୟମରେ ବିସ୍ତୃତ ଭାବେ ବିପର୍ଯ୍ୟୟ ପରିଚାଳନା ସମ୍ପର୍କିିତ ତଥ୍ୟ ଉପସ୍ଥାପନ କରିଥିଲେ। ଜିଲାସ୍ତରୀୟ ଅଧିକାରୀ, ବିଭିନ୍ନ ସ୍ୱେଛାସେବୀ ସଙ୍ଗଠନର କର୍ମକର୍ତ୍ତା, ବ୍ଲକ ଅଧିକାରୀ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଏହି କର୍ମଶାଳା ବିପର୍ଯ୍ୟୟ ପରିଚାଳନା ସମ୍ପର୍କିିତ ତାଲିମ ଗ୍ରହଣ କରିଥିଲେ। ପାଟଣା, ସାହାରପଡା, ଘଟଗାଁ, ହରିଚନ୍ଦନପୁର ଆଦି ବ୍ଲକର ଶତାଧିକ ଗ୍ରାମକୁ ଦ୍ୱିତୀୟ ପର୍ଯ୍ୟାୟରେ ତାଲିମ ପ୍ରଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଯେ କୌଣସି ବିପର୍ଯ୍ୟୟ ସମୟରେ କିଭଳି ଶୂନ୍ୟ ଜୀବନହାନୀ ଓ ସର୍ବନିମ୍ନ କ୍ଷୟକ୍ଷତି ପ୍ରତି ଗୁରୁତ୍ୱ ଦିଆଯିବ ସେ ସମ୍ପର୍କରେ ଏହି କର୍ମଶାଳାରେ ତାଲିମ ପ୍ରଦାନ କରାଯାଉଛି।

Comments are closed.