www.samajalive.in
Sunday, December 7, 2025
18.1 C
Bhubaneswar

ହାଇକୋର୍ଟରେ ଟ୍ରକ ମାଲିକ ସଂଘ ନିର୍ବାଚନ ପ୍ରସଙ୍ଗ; ସୋମବାର ପରବର୍ତ୍ତୀ ଶୁଣାଣୀ ପର୍ଯ୍ୟନ୍ତ ଅନ୍ତରୀଣ ଆଦେଶ ବଳବତ୍ତର

କେନ୍ଦୁଝରଗଡ଼: ରାଜ୍ୟର ପ୍ରମୁଖ ବିତ୍ତଶାଳୀ କେନ୍ଦୁଝର ଜିଲା ଟ୍ରକ ମାଲିକ ସଂଘ କର୍ମକର୍ତ୍ତାଙ୍କ କାର୍ଯ୍ୟକାଳ ଶେଷ ପରେ ଧାର୍ଯ୍ୟ ସମୟ ମଧ୍ୟରେ ନିର୍ବାଚନ ନହେବାରୁ ନିର୍ବାଚନ ଦାବିରେ ସଂଘ ସଦସ୍ୟ ପ୍ରଥମେ ମାସାଧିକ କାଳ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଏବଂ ପରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ପଡ଼ିଥିଲା। ହାଇକୋର୍ଟଙ୍କ ଆଦେଶ ମୁତାବକ ସଂଘ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇ ଅଗଷ୍ଟ ୧୩ ତାରିଖ ବିଜ୍ଞପ୍ତି ପ୍ରକାଶ ପାଇ ପ୍ରାର୍ଥୀପତ୍ର ଦାଖଲ ଓ ପ୍ରାର୍ଥୀପତ୍ର ପ୍ରତ୍ୟାହାର ମଧ୍ୟ ଶେଷ ହୋଇସାରିଛି। ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ବିଜ୍ଞପ୍ତି ମୁତାବକ ସେପ୍ଟେମ୍ବର ୩ ତାରିଖ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବାକୁ ଥିବାବେଳେ ଅତିରିକ୍ତ ଜିଲାପାଳଙ୍କ ଦ୍ୱାରା ପ୍ରକାଶିତ ଭୋଟର ତାଲିକାକୁ ଚ୍ୟାଲେଞ୍ଜ କରି ସଂଘ ସଦସ୍ୟ ଛବୀନ୍ଦ୍ର କୁମାର ଜେନା ହାଇକୋର୍ଟ ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗକୁ ଗ୍ରହଣ କରି ଅଗଷ୍ଟ ୩୧ ତାରିଖରେ ଶୁଣାଣୀ ଆରମ୍ଭ ହୋଇ ସେପ୍ଟେମ୍ବର ୪ ତାରିଖକୁ ପରବର୍ତ୍ତୀ ଶୁଣାଣୀ ନିମନ୍ତେ ସ୍ଥିରୀକୃତ ହୋଇଥିବାରୁ ଆଡଭୋକେଟ ଜେନେରାଲ ଓଡ଼ିଶା, କଟକଙ୍କ କାର୍ଯ୍ୟାଳୟ ଚିଠି ନଂ୪୮୮୮୭(୨) ତା ୩୧/୦୮/୨୦୨୩ରିଖ ଯୋଗେ ଅତିରିକ୍ତ ସରକାରୀ ଅଧିବକ୍ତା ପ୍ରଭାତ କୁମାର ମୁଦୁଲିଙ୍କ ଦସ୍ତଖତ ଥାଇ ଜିଲାପାଳ ଓ ଅତିରିକ୍ତ ଜିଲାପାଳଙ୍କୁ ସେପ୍ଟେମ୍ବର ୪ ତାରିଖ ଶୁଣାଣୀ ପର୍ଯ୍ୟନ୍ତ କେନ୍ଦୁଝର ଜିଲା ଟ୍ରକ ମାଲିକ ସଂଘ ନିର୍ବାଚନ ସଂକ୍ରାନ୍ତ କୌଣସି ପଦକ୍ଷେପ ଗ୍ରହଣ ନକରିବାକୁ ଆଦେଶ କରିଥିଲେ। ଏହି ଆଦେଶ ପରେ ତୁରନ୍ତ ଅତିରିକ୍ତ ଜିଲାପାଳଙ୍କ ଚିଠି ନଂ୨୯୫୦ ତା ୧/୮/୨୦୨୩ରିଖ ଅନୁଯାୟୀ ସେପ୍ଟେମ୍ବର ୪ ତାରିଖ ପର୍ଯ୍ୟନ୍ତ ନିର୍ବାଚନ ସଂକ୍ରାନ୍ତୀୟ କୌଣସି ପଦକ୍ଷେପ ଗ୍ରହଣ ନକରିବାକୁ ସଂଘ ଉପଦେଷ୍ଟାଙ୍କୁ ଚିଠି କରିବା ପରେ ସେପ୍ଟେମ୍ବର ୩ ତାରିଖରେ ପ୍ରକାଶିତ ହେବାକୁଥିବା ଚୂଡାନ୍ତ ପ୍ରାର୍ଥୀ ତାଲିକାକୁ ଆଉ ପ୍ରକାଶ କରାଗଲା ନାହିଁ। ସେପ୍ଟେମ୍ବର ୪ତାରିଖରେ ଆବେଦନର ଶୁଣାଣୀ ନହୋଇ ସେପ୍ଟେମ୍ବର ୧୨ ତାରିଖକୁ ପରବର୍ତ୍ତୀ ଶୁଣାଣୀ ନିମନ୍ତେ ଧାର୍ଯ୍ୟ କରାଯାଇଥିବା ବେଳେ ୧୨ତାରିଖରେ ମଧ୍ୟ ଶୁଣାଣୀ ନହୋଇ ସେପ୍ଟେମ୍ବର ୧୩ ତାରିଖକୁ ପରବର୍ତ୍ତୀ ଶୁଣାଣୀ ନିମନ୍ତେ ଧାର୍ଯ୍ୟ ହୋଇଥିଲେ ହେଁ ୧୩ରେ ଶୁଣାଣୀ ନହୋଇ ପୁଣିଥରେ ସେପ୍ଟେମ୍ବର ୧୮ତାରିଖକୁ ଧାର୍ଯ୍ୟ ହେବାସହ ଅନ୍ତରୀଣ ଆଦେଶ ବଳବତ୍ତର ରହିବା ନେଇ ହାଇକୋର୍ଟଙ୍କ ଆଦେଶ ପରେ ସେପ୍ଟେମ୍ବର ୨୪ ତାରିଖରେ ନିର୍ବାଚନ ନିମନ୍ତେ ଭୋଟଗ୍ରହଣ ହୋଇନପାରିବା ନେଇ ଆଶଙ୍କା ଦେଖାଦେଇଛି।

ପ୍ରଥମେ ନିର୍ବାଚନ ଅନୁଷ୍ଠିତ ହେବାନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ଏବଂ ପରେ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ସହ ପ୍ରାର୍ଥୀପତ୍ର ଦାଖଲ ହୋଇ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପୂର୍ବରୁ ଭୋଟର ତାଲିକାକୁ ଚ୍ୟାଲେଞ୍ଜ କରି ପୁଣିଥରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ପଛରେ ସଂଘର ନିର୍ଦ୍ଦିଷ୍ଟ ଜଣେ ଦୁଇଜଣ ପ୍ରମୁଖ କର୍ମକର୍ତ୍ତା କ୍ଷମତା ଚାଲି ଯିବା ଭୟରେ ପରୋକ୍ଷରେ ସଂଘ ସଦସ୍ୟଙ୍କ ସହାୟତାରେ ଏଭଳି କାର୍ଯ୍ୟ କରୁଥିବା ନେଇ ସଂଘର ବହୁ ସଦସ୍ୟ ଖୋଲାଖୋଲି ଆଲୋଚନା ଆରମ୍ଭ କରିବା ଦେଖିବାକୁ ମିଳିଛି। ଫଳରେ ବହୁଚର୍ଚ୍ଚିିତ କେନ୍ଦୁଝର ଜିଲା ଟ୍ରକ ମାଲିକ ସଂଘ କର୍ମକର୍ତ୍ତା ନିର୍ବାଚନ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ସେପ୍ଟେମ୍ବର ୨୪ ତାରିଖରେ ହୋଇନପାରିବା ନେଇ ପ୍ରାର୍ଥୀ ଓ ସଦସ୍ୟଙ୍କ ମଧ୍ୟରେ ଆଶଙ୍କା ପ୍ରକାଶ ପାଇଛି।

Hot this week

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

Related Articles

Popular Categories