www.samajalive.in
Sunday, December 7, 2025
23.1 C
Bhubaneswar

ଟ୍ରକ ଯୋଗେ ଖଣିଜସମ୍ପଦ ପରିବହନ ପାଇଁ ଲୋଡିଂ ଟୋକନ ବନ୍ଦ ନେଇ ତୁମୁଳକାଣ୍ଡ, ଆକ୍ରମଣରେ ଆଞ୍ଚଳିକ ଟ୍ରକ ମାଲିକ ସଂଘ ସଭାପତିଙ୍କ ମୁଣ୍ଡ ଫାଟିଲା

କେନ୍ଦୁଝରଗଡ଼଼: ଟ୍ରକ ଯୋଗେ ଖଣିଜସମ୍ପଦ ପରିବହନ ପାଇଁ ଆବଶ୍ୟକ ଲୋଡିଂ ଟୋକନ ନିମନ୍ତେ ବିଶେଷକରି କେନ୍ଦୁଝର ଜିଲା ଟ୍ରକ ମାଲିକ ସଂଘ ଓ ଆଞ୍ଚଳିକ ଟ୍ରକ ମାଲିକ ସଂଘ ଶୁଆକାଟୀ ସଂଘ ଶୁଆକାଟୀରେ ବର୍ଷତମାମ୍‌‌ ସମସ୍ୟା ଲାଗିରହିଛି। ଯଦିଓ ଆଞ୍ଚଳିକ ଟ୍ରକ ମାଲିକ ସଂଘ ଶୁଆକାଟୀ ସଂଘ ଶୁଆକାଟୀରେ ଏହି ସମସ୍ୟା କେତେକାଂଶରେ କମ୍‌‌ ଥିଲା ସଦ୍ୟ ସମାପ୍ତ ସାଧାରଣ ନିର୍ବାଚନ ପରେ ଲୋଡିଂ ଟୋକନକୁ ନେଇ ଗତ ଦୁଇ ମାସ ଧରି ସଂଘ ସଦସ୍ୟଙ୍କ ମଧ୍ୟରେ ତିକ୍ତତା ଦେଖାଦେଇ ଆସୁଥିଲା।

ଆଞ୍ଚଳିକ ଟ୍ରକ ମାଲିକ ସଂଘ ଶୁଆକାଟୀ ସଂଘ ଶୁଆକାଟୀର କର୍ମକର୍ତ୍ତା ବିଜେଡି ଦଳର ହୋଇଥିବା ବେଳେ ଉକ୍ତ ସଂଘରେ ଥିବା ବିଜେପି ଦଳ ସମର୍ଥିତ ସଦସ୍ୟ ସାଧାରଣ ନିର୍ବାଚନ ପରେ ଅଧିକ ସକ୍ରିୟ ହୋଇ ବେଆଇନ ଭାବେ କେତେକ ସଦସ୍ୟ ସଂଘର ଲୋଡିଂ ଟୋକନ ବଣ୍ଟନକୁ ନିଜ ଅଧିନକୁ ନେଇ ମନମାନୀ କରିଆସୁଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା।

- Advertisement -

ଏପରିକି ଜୋର ଜବରଦସ୍ତ ସଂଘକୁ ହାତକୁ ନେଇ ପରିଚାଳନା ଦାୟିତ୍ୱ ବୁଝୁଥିବା ସଦସ୍ୟଙ୍କ ପକ୍ଷରୁ ଗତ ଦୁଇମାସ ଧରି ନିର୍ଦ୍ଧିଷ୍ଟ ଭାବେ ୩୩ଜଣ ସଦସ୍ୟଙ୍କ ଟ୍ରକକୁ ଲୋଡିଂ ନିମନ୍ତେ ଟୋକନ ନଦେବାରୁ ସମ୍ପୃକ୍ତ ଟ୍ରକ ମାଲିକମାନେ କାମଧନ୍ଦା ନପାଇ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇ ଆସୁଥିବା ନେଇ ଜିଲା ଓ ପୁଲିସ ପ୍ରଶାସନର ଦ୍ୱାରସ୍ଥ ମଧ୍ୟ ହୋଇଥିଲେ। ତେବେ ଜିଲା ଓ ପୁଲିସ ପ୍ରଶାସନ ପକ୍ଷରୁ ଏହାର ସମାଧାନ ନେଇ କୌଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ସୋମବାର ସକାଳେ ଲୋଡିଂରୁ ବଞ୍ଚିତ କେତେକ ସଦସ୍ୟ କାର୍ଯ୍ୟାଳୟରେ ପହଞ୍ଚି ପଚରାଉଚୁରା କରିବା ସମୟରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା।

ଏହି ସମୟରେ ସଂଘର ସଭାପତି ଭୁବନ ମୋହନ ଦାସ ସଂଘ କାର୍ଯ୍ୟାଳୟରୁ ଅଳ୍ପ ଦୂରରେ ଥିବା ଏକ ସିମେଣ୍ଟ ଦୋକାନରେ ଥିବା ଦେଖି ରଞ୍ଜିତ ବାରିକ, ସଞ୍ଜିତ ବାରିକ, ସଚିନ ବାରିକ, ଜଗଦୀଶ ବାରିକ ଓ ମନୋଜ ମହାକୁଡଙ୍କ ସମେତ ୨୦ରୁ ଊର୍ଦ୍ଧ୍ବ୍ୱର୍ ଯୁବକ ତାଙ୍କ ନିକଟରେ ପହଞ୍ଚି ଅତର୍କିିତ ଆକ୍ରମଣ କରି ଜାତିଗତ ଆକ୍ଷେପ ସହ ମୁଣ୍ଡ ଫଟାଇ ରକ୍ତାକ୍ତ କରିବା ସହ ବେକରେ ପିନ୍ଧିଥିବା ସୁନା ଚେନକୁ ଲୁଟି ନେଇଥିବା ନେଇ ଆକ୍ରମଣର ଶୀକାର ଭୁବନ ଏ ନେଇ ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଅଭିଯୋଗ ପରେ ଭୁବନଙ୍କୁ ନିକଟସ୍ଥ ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ କରିବା ସହ ପୁଲିସ ପକ୍ଷରୁ ମାମଲା ରୁଜୁ ହୋଇ ଅଧିକ ତଦନ୍ତ ଜାରି ରହିଛି। ତେବେ ତାଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ ନିରପେକ୍ଷ ତଦନ୍ତ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ସେ ବାଧ୍ୟ ହୋଇ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେବେବୋଲି ଭୁବନ ଏହା କହିଛନ୍ତି।

Hot this week

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories