ହରିଚନ୍ଦନପୁର, ଘଟଗାଁ ଓ ଭଣ୍ଡା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ‘ମୁଖ୍ୟମନ୍ତ୍ରୀ ଉତ୍କୃଷ୍ଟ ସ୍ୱାସ୍ଥ୍ୟସେବା ପୁରସ୍କାର’

କେନ୍ଦୁଝରଗଡ଼ : ୫-ଟି କାର୍ଯ୍ୟକ୍ରମ ଅଧୀନରେ ଲୋକସେବା ଭବନ ଠାରେ ମଙ୍ଗଳବାର ଅନୁଷ୍ଠିତ ରାଜ୍ୟସ୍ତରୀୟ ପୁରସ୍କାର ବିତରଣ ଉତ୍ସବରେ କେନ୍ଦୁଝର ଜିଲାର ହରିଚନ୍ଦନପୁର, ଘଟଗାଁ ଓ ଭଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ‘ମୁଖ୍ୟମନ୍ତ୍ରୀ ଉତ୍କୃଷ୍ଟ ସ୍ୱାସ୍ଥ୍ୟସେବା ପୁରସ୍କାର’ ପ୍ରଦାନ କରାଯାଇଛି।

ଜିଲାକୁ ୧୦ଟି ବର୍ଗରେ ମୋଟ ୧୧ଟି ପୁରସ୍କାର ମିଳିଛି। ସେହିଭଳି ଘଟଗାଁ ଏବଂ ଭଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ବର୍ଷ ୨୦୨୦-୨୧, ୨୦୨୧-୨୨ ଏବଂ ୨୦୨୨-୨୩ ପାଇଁ ୪ଟି କାୟାକଳ୍ପ ପୁରସ୍କାର ମଧ୍ୟ ମିଳିଛି। ଏତଦ୍‍ବ୍ୟତୀତ ହରିଚନ୍ଦନପୁର ବ୍ଲକ ଗୌଣିଘସା ଉପସ୍ୱାସ୍ଥ୍ୟକେନ୍ଦ୍ରର ଏଏନଏମ୍ ଦମୟନ୍ତୀ ରାଉତଙ୍କୁ ୨୦୨୦-୨୧ ବର୍ଷ ପାଇଁ ଶ୍ରେଷ୍ଠ ଏଏନଏମ୍ ଭାବେ ପୁରସ୍କୃତ କରାଯାଇଛି। ଅନୁରୂପ ଭାବେ ହାଟଡିହି ବ୍ଲକ ଢେଙ୍କା ଉପସ୍ୱାସ୍ଥ୍ୟକେନ୍ଦ୍ରର ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ(ସିଏଚ୍ଓ) ଡାକ୍ତର ଇତିଶ୍ରୀ ଧଳଙ୍କୁ ବର୍ଷ ୨୦୨୦-୨୧ ଓ ୨୦୨୧-୨୨ ପାଇଁ ଶ୍ରେଷ୍ଠ ସିଏଚ୍ଓ ଭାବେ ପୁରସ୍କୃତ କରାଯାଇଛି। ସିଡିଏମଓ, ଡିପିଏମ୍ ଏବଂ ଜିଲା ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଗଣ ଉପସ୍ଥିତ ରହି ଏହି ପୁରସ୍କାର ଗ୍ରହଣ କରିଥିଲେ।

Comments are closed.