ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣ ବ୍ଲକ ଅନ୍ତର୍ଗତ ଡୁମୁରିଆ ପଞ୍ଚାୟତ ବଣମହୁଲଡିହା ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବଚସା ହତ୍ୟାକାଣ୍ଡରେ ପରିଣତ ହୋଇଛି ଯାହା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ଘଟଣାରୁ ଜଣାପଡିଛି ଯେ ବଣମହୁଲଡିହା ଗ୍ରାମର ସୁନିଆ ମୁଣ୍ଡା ଓ ତାଙ୍କ ପତ୍ନୀ ମାନି ମୁଣ୍ଡାଙ୍କ ମଧ୍ୟରେ ସଂନ୍ଧ୍ୟା ସମୟରେ କୌଣସି କାରଣରୁ ଗଣ୍ଡଗୋଳ ହୋଇ ଏହା ଉଗ୍ର ରୂପ ଧାରଣ କଲାରୁ କ୍ରୋଧାନ୍ଧ ସୁନିଆ ମୁଣ୍ଡା ପତ୍ନୀ ମାନି ମୁଣ୍ଡାଙ୍କ ମୁଣ୍ଡକୁ ଟାଙ୍ଗିଆ ପିଟି ଦେଇଥିଲେ ଫଳରେ ଟାଙ୍ଗିଆ ମାଡରେ ମାନି ମୁଣ୍ଡାର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଖବର ପାଇ ଘଟଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

Comments are closed.