www.samajalive.in
Saturday, December 13, 2025
26.1 C
Bhubaneswar

ମନମୋହୁଛି କାଞ୍ଜିପାଣିଘାଟିର ‘ମାଙ୍କଡ କେନ୍ଦୁ’ 

କେନ୍ଦୁଝରଗଡ଼: ବନ୍ୟଜାତ ଫଳ ‘କେନ୍ଦୁ’ ସହ କେନ୍ଦୁଝରର ଏକ ସ୍ୱତନ୍ତ୍ର ପରିଚୟ ରହିଆସିଛି। ଜିଲାର ବାଂଶପାଳ, ତେଲକୋଇ ଓ ହରିଚନ୍ଦନପୁର ଆଦି ବ୍ଲକ ଅଞ୍ଚଳରେ ଥିବା ପାହାଡିଆ ଅଞ୍ଚଳରୁ ଆଦିମ ଜନଜାତି ଜୁଆଙ୍ଗ ଓ ଭୂୟାଁ ସମ୍ପ୍ରଦାୟର ଲୋକେ ଜଙ୍ଗଲରୁ କେନ୍ଦୁ ସଂଗ୍ରହ କରି କେନ୍ଦୁଝର ସହର ସମେତ ଜିଲାର ପ୍ରମୁଖ ବଜାରକୁ ଆସି ବିକ୍ରି କରିବା ପରେ ପରିବାରର ଗୁଜୁରାଣ ଏଥିରୁ ମେଣ୍ଟାଇଥାନ୍ତି।

କେନ୍ଦୁଝରର କେନ୍ଦୁ ସାରା ରାଜ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବେଳେ ଏବେ ଗତ କିଛିବର୍ଷ ଧରି କାଞ୍ଜିପାଣିଘାଟିର ‘ମାଙ୍କଡ କେନ୍ଦୁ’ ବା ‘କେନ୍ଦେଇ’ ଗ୍ରାହକଙ୍କୁ ବେଶ୍‌‌ ଆକୃଷ୍ଟ କରିପାରିଛି। କେନ୍ଦୁଝର ଜିଲାର ପାହାଡିଆ କେନ୍ଦୁ ଠାରୁ ମାଙ୍କଡିଆ କେନ୍ଦୁର ଆକାର ବଡ ସହ ସ୍ୱାଦ ବହୁତ ଅଧିକ ହୋଇଥିବାରୁ ଏହି କେନ୍ଦୁ କିଣିବା ପାଇଁ ଗ୍ରାହକଙ୍କ ମନରେ ଅଧିକ ଆଗ୍ରହ ସୃଷ୍ଟି ହୋଇଥାଏ।

- Advertisement -

ମାଙ୍କଡିଆ କେନ୍ଦୁ ଗଛ ନିର୍ଦ୍ଧିଷ୍ଟ ଭାବେ ବଣପାହାଡରୁ ଝରି ଆସୁଥିବା ବିଭିନ୍ନ ଝରଣା କୂଳରେ ଦେଖିବାକୁ ମିଳିଥିବା ବେଳେ ଏହାର ପରିମାଣ ଅନ୍ୟ ପାହାଡିଆ କେନ୍ଦୁ ତୁଳନାରେ କମ୍‌‌। ଏହି ମାଙ୍କଡିଆ କେନ୍ଦୁ ପାହାଡିଆ କେନ୍ଦୁ ଠାରୁ ବିଳମ୍ବରେ ପାଚୁଥିବାରୁ ବଜାରକୁ ଏହା ବହୁ ପଛରେ କାଁ ଭାଁ ବିକ୍ରି ପାଇଁ ଆସିଥାଏ। ଜିଲାର ବାଂଶପାଳ ବ୍ଲକ ଅଧିନ କାଞ୍ଜିପାଣି ଘାଟି ଅଞ୍ଚଳରେ ମାଙ୍କଡିଆ କେନ୍ଦୁ ଅଧିକ ଥିବା ଦେଖିବାକୁ ମିଳୁଥିବା ବେଳେ ଏହି କେନ୍ଦୁକୁ ଆଦିମ ଜନଜାତି ଜୁଆଙ୍ଗ ଓ ଭୂୟାଁ ସମ୍ପ୍ରଦାୟର ଲୋକେ ସଂଗ୍ରହ କରି କାଞ୍ଜିପାଣି ବଜାର ସମେତ କାଞ୍ଜିପାଣି ଘାଟି ଅଞ୍ଚଳରେ ଥିବା ରାସ୍ତାର ଉଭୟ ପାଶ୍ୱର୍ରେ ରଖି ବିକ୍ରି କରିଥାନ୍ତି।

କେନ୍ଦୁ ସମେତ ବିଭିନ୍ନ ବନ୍ୟଜାତ ସୁସ୍ୱାଦୁ ଫଳ ମଧ୍ୟ ସଂଗ୍ରହ କରି ଘାଟି ରାସ୍ତାର ଉଭୟ ପାଶ୍ୱର୍ରେ ରଖି ବିକ୍ରି କରୁଥିବା ବେଳେ ଉକ୍ତ ଜାତୀୟ ରାଜପଥ ଦେଇ ଯାତାୟାତ କରୁଥିବା ଯାତ୍ରୀ ଓ ପର୍ଯ୍ୟଟକଙ୍କୁ ଏହା ବେଶ୍‌‌ ଆକୃଷ୍ଟ କରିଥାଏ। ଖୁବ୍‌‌ କମ୍‌‌ ମୂଲ୍ୟରେ ଭଳିକିଭଳି ସୁସ୍ୱାଦୁ ବନ୍ୟଜାତ ଫଳ ରାସ୍ତା ପାଶ୍ୱର୍ରେ ସୁଲଭ ମୂଲ୍ୟରେ ମିଳୁଥିବାରୁ ଗ୍ରାହକ ମଧ୍ୟ ବେଶ୍‌‌ ଖୁସି ମନରେ କିଣି ଘରକୁ ସଙ୍ଗରେ ନେଇ ଯାଉଥିବା ବେଳେ ଆଦିମ ଜନଜାତିଙ୍କ ପାଇଁ ଏହା ରୋଜଗାରର ମାଧ୍ୟମ ପାଲଟିବା ସହ ପରିବାରର ଗୁଜୁରାଣ ମେଣ୍ଟାଇ ପାରିଛି।

Hot this week

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

Related Articles

Popular Categories