www.samajalive.in
Sunday, December 7, 2025
14.1 C
Bhubaneswar

‘ଦାନା’ରେ ଦେବଦୂତ ସାଜିଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ଭୁବନେଶ୍ବର : ଭଦ୍ରକ, ବାଲେଶ୍ବର ଏବଂ କେନ୍ଦ୍ରାପଡ଼ା ଜିଲାରେ ବାତ୍ୟାର ପ୍ରଭାବ ଅନ୍ୟ ଜିଲା ଅପେକ୍ଷା ଅଧିକ ପଡ଼ିଛି। ଏହି ବାତ୍ୟା ସମୟରେ ଆଗଧାଡ଼ିର ଯୋଦ୍ଧା ସାଜିଥିଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ। କେବଳ ରୋଗୀଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରିନଥିଲେ ବରଂ ବିଭିନ୍ନ ସ୍ଥାନରେ ସହାୟତା ଦେବା ସହିତ ରାସ୍ତାରେ ପଡ଼ିରହିଥିବା ଗଛକୁ କାଟି ସଫା କରିଥିଲେ। ବାତ୍ୟା ସ୍ଥଳଭାଗ ଛୁଇଁବା ସମୟ ଅର୍ଥାତ ଗୁରୁବାର ରାତି ୧୨ରୁ ଶୁକ୍ରବାର ସକାଳ ୮ଟା ପର୍ଯ୍ୟନ୍ତ ତିନି ଜିଲାରେ ୧୦୮ ଆମ୍ବୁଲାନ୍ସ ୩୨୫ ରୋଗୀଙ୍କୁ ସହାୟତା ପ୍ରଦାନ କରି ହସ୍ପିଟାଲରେ ପହଞ୍ଚାଇଥିଲେ।
୧୦୮ ଆମ୍ବୁଲାନ୍ସ କର୍ମଚାରୀ ଭଦ୍ରକ ଜିଲାରେ ୨୦ ପ୍ରସୂତିଙ୍କ ସହିତ ୬୨ ଅନ୍ୟ ରୋଗୀ, କେନ୍ଦ୍ରାପଡ଼ାରେ ୩୧ ପ୍ରସୂତି ତଥା ଶିଶୁ ଏବଂ ୫୨ ଅନ୍ୟାନ୍ୟ ରୋଗୀଙ୍କୁ ତାଙ୍କ ଘରୁ ନେଇ ହସ୍ପିଟାଲରେ ପହଞ୍ଚାଇଛନ୍ତି। ସେହିପରି ବାଲେଶ୍ବରରେ ୨୪ ପ୍ରସୂତି ସହିତ ୧୫୬ ଅନ୍ୟ ରୋଗୀଙ୍କୁ ସ୍ଥାନାନ୍ତର କରିଛନ୍ତି। ତେବେ ତିନି ଜିଲାରୁ ମୋଟ ୮ ଘଣ୍ଟାରେ ୩୨୫ ରୋଗୀଙ୍କୁ ହସ୍ପିଟାଲରେ ପହଞ୍ଚାଇଛନ୍ତି। ସେହିପରି ଭଦ୍ରକର ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ମୃଗନୟନୀ ଗ୍ରାମରୁ ଜଣେ ରୋଗୀଙ୍କୁ ଆଣିବାକୁ ଯିବା ସମୟରେ ବାତ୍ୟା ପ୍ରଭାବରେ ଭାଙ୍ଗିଥିବା ଗଛକୁ କାଟି ରୋଗୀ ପାଖରେ ପହଞ୍ଚି ତାଙ୍କୁ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ସେହିପରି ମୟୂରଭଞ୍ଜ ଉଦଳା ବ୍ଲକ ରଥପୁର ଗ୍ରାମରୁ ଜଣେ ରୋଗୀଙ୍କୁ ଆଣିବାକୁ ଯିବା ସମୟରେ ମଧ୍ୟ ଗଛ କାଟି ରାସ୍ତା ସଫା କରି ରୋଗୀ ପାଖରେ ପହଞ୍ଚିଥିଲେ ଏବଂ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏହାସହ ରାସ୍ତାରେ ଗଛ ଭାଙ୍ଗି ପଡିଥିବାରୁ କେନ୍ଦ୍ରାପଡ଼ାର ରାଜନଗର ବ୍ଲକ ଡେରା ପଞ୍ଚାୟତ କାଠୁଆଗଣ୍ଡ ଗ୍ରାମକୁ ଯିବା ପାଇଁ ୧୦୮ ଆମ୍ବୁଲାନ୍ସକୁ ବହୁ ସଂଘର୍ଷ କରିବାକୁ ପଡିଥିଲା। କିନ୍ତୁ ଗାଁ ମୁଣ୍ଡରୁ ରୋଗୀ ଘର ପର୍ଯ୍ୟନ୍ତ ଅାମ୍ବୁଲାନ୍ସ ଯାଇପାରି ନଥିଲା। ଶେଷରେ ୧୦୮ ଆମ୍ବୁଲାନ୍ସ ହେଲପର ମାନସ କୁମାର ମଲ୍ଲିକ ନିଜେ ରୋଗୀ ଇତିଶ୍ରୀ ରାଉତଙ୍କୁ ଟେକି ଟେକି ଆଣିଥିଲେ। ପରେ ତାଙ୍କୁ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ରୋଗୀଙ୍କୁ ଛାଡ଼ିବା ପରେ ହେଲପର ମାନସ ଗାଡ଼ି ଭିତର ସଫା କରୁଥିବା ସମୟରେ ରୋଗୀ ସମ୍ପର୍କୀୟଙ୍କ ପଡ଼ିଯାଇଥିବା ୬,୫୦୦ ଟଙ୍କା ପାଇଥିଲେ ଏବଂ ସମ୍ପର୍କୀୟଙ୍କୁ ଟଙ୍କା ଫେରାଇଥିଲେ। ବର୍ତ୍ତମାନ ରାଜ୍ୟରେ ୮୬୦ଟି ୧୦୮ ଆମ୍ବୁଲାନ୍ସ, ୫୦୦ ଜନନୀ ଆମ୍ବୁଲାନ୍ସ ସହିତ ୬ଟି ବୋଟ ଆମ୍ବୁଲାନ୍ସ କାର୍ଯ୍ୟ କରୁଥିବା ନେଇ ଇଏମ୍‌ଆର୍‌ଆଇ ଗ୍ରୀନ ହେଲଥ ସର୍ଭିସ ସଂସ୍ଥା ଲୋକସମ୍ପର୍କ ଅଧିକାରୀ ପ୍ରଦୀପ କୁମାର ସାହୁ ସୂଚନା ଦେଇଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories