mission shakti banner

କେଜେରିୱାଲଙ୍କ ରାଲିରେ ଯୋଗ ଦେଲେ ୩୫୦ ଟଙ୍କା!

BSKY banner  750×100
0

ହିସାର : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜେରିୱାଲଙ୍କ ଦ୍ୱାରା ହରିୟାଣାର ହିସାରରେ ରବିବାର ଆୟୋଜିତ ରାଲିରେ ଯୋଗ ଦେବା ପାଇଁ ଲୋକଙ୍କୁ ଅର୍ଥ ପ୍ରଲୋଭନ ଦିଆଯାଇଥିଲା ବୋଲି ଅଭିଯୋଗ ହୋଇଛି । ଏହି ରାଲିରେ କେଜେରିୱାଲ କେନ୍ଦ୍ର ଏବଂ ହରିୟାଣା ସରକାରଙ୍କ ଉପରେ ବର୍ଷିଥିଲେ । ହରିୟାଣାରେ ତାଙ୍କ ଦଳ ସରକାରକୁ ଆସିଲେ କେବଳ ଚାଷୀଙ୍କ ପାଇଁ ନୁହେଁ ସ୍ୱାସ୍ଥ୍ୟ, ଶିକ୍ଷା, ଆଇନ ବ୍ୟବସ୍ଥା ଏବଂ ଦୁର୍ନୀତି ପ୍ରସଙ୍ଗରେ ବି ଆୟୋଗର ସୁପାରିଶ ଲାଗୁ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏବେ ଏହି ରାଲି ସଂପର୍କିତ ଏକ ଭିଡିଓ ପଦାକୁ ଆସିବା ପରେ କେଜେରିୱାଲଙ୍କ ରାଲି ବିବାଦୟୀ ହୋଇ ପଡିଛି । କେଜେରିୱାଲଙ୍କ ଆମ ଆଦମୀ ପାର୍ଟି (ଆପ)ରୁ ବହିଷ୍କୃତ ନେତା ତଥା ପୂର୍ବତନ ମନ୍ତ୍ରୀ କପିଲ ମିଶ୍ରା ରାଲି ପରେ ଏହି ଭିଡ଼ିଓକୁ ସାମାଜିକ ଗଣମାଧ୍ୟମରେ ସେୟାର କରିଛନ୍ତି । ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ ରାଲିକୁ ଆସିଥିବା କେତେକ ଲୋକ ତାଙ୍କୁ ୩୫୦ ଟଙ୍କା ଓ ଖାଇବାକୁ ଦେବାର ପ୍ରତିଶ୍ରୁତିରେ ରାଲିକୁ ଅଣାଯାଇଥିଲା ବୋଲି କହୁଛନ୍ତି । ହେଲେ ରାଲି ସରିବା ପରେ କାଲି ଆସି ଟଙ୍କା ନେଇଯିବ ବୋଲି କୁହାଯାଇଥିବା ସେମାନେ କ୍ଷୋଭର ସହ ପ୍ରକାଶ କରୁଥିବା ଦେଖିବାକୁ ମିଳୁଛି । ଏହି ଲୋକମାନେ ଆପର ଟିସାର୍ଟ ଏବଂ ଟୋପି ପିନ୍ଧିଛନ୍ତି ଓ ବାହାଦୁରଗଡ଼ରୁ ଆସୁଥିବା କହୁଛନ୍ତି । ବାହାରୁରଗଡ଼ରୁ ତାଙ୍କ ଭଳି ୧୧୮ ଜଣ ଲୋକ ଆସିଥିବା ସେମାନେ କହୁଥିବା ଦେଖିବାକୁ ମିଳୁଛି । ଏହି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Leave A Reply