କାଠୁଆ ଗଣବଳାତ୍କାର: ଜମ୍ମୁ ସରକାରଙ୍କୁ ସୁପ୍ରିମ କୋର୍ଟର ନିର୍ଦେଶ

0

ନୂଆଦିଲ୍ଲୀ: କାଠୁଆ ଗଣବଳାତ୍କାର ଓ ହତ୍ୟା ମାମଲାକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ଓ ପିଡ଼ିତା ଓ ତାଙ୍କ ଓକିଲଙ୍କୁ ସୁରକ୍ଷା ଦେବା କ୍ଷେତ୍ରରେ ସୁପ୍ରିମ କୋର୍ଟ ଜମ୍ମୁ-କାଶ୍ମୀର ସରକାରଙ୍କୁ ପତ୍ର ଲେଖିଛି। ସ୍ଥାନୀୟ କୋର୍ଟରେ ଚାଲିଥିବା ମାମଲାକୁ ଆବଶ୍ୟକ ପଡ଼ିଲେ ଚଣ୍ଡିଗଡ଼କୁ ସ୍ଥାନାନ୍ତର କରିବା ଓ ପିଡ଼ୀତା ଓ ତାଙ୍କ ଓକିଲଙ୍କୁ ସୁରକ୍ଷା ଦେବା କ୍ଷେତ୍ରରେ ଦୃଷ୍ଟି ଦେବାକୁ ସୁପ୍ରିମ କୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛି। ଅପରପକ୍ଷରେ ଆଜି ସୁପ୍ରିମ କୋର୍ଟରେ ମଧ୍ୟ କାଠୁଆ ଗଣବଳାତ୍କାର ଘଟଣାର ପ୍ରଭାବ ସୁପ୍ରିମ କୋର୍ଟରେ ଦୃଶ୍ୟମାନ ହୋଇଥିଲା। କିଛି ଆଇନଜୀବୀ ସୁପ୍ରିମ କୋର୍ଟ ସମ୍ମୁଖରେ ଏଭଳି ଘଟଣା ପ୍ରତିବାଦରେ ନାରାବାଜି କରିଥିଲେ।

Leave A Reply