www.samajalive.in
Sunday, December 7, 2025
18.1 C
Bhubaneswar

କାର୍ତ୍ତିକ ମାସରେ କରନ୍ତୁ ନାହିଁ ଏହି କାର୍ଯ୍ୟ

କାର୍ତ୍ତିକ ମାସ ପବିତ୍ର ମାସ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ଶାସ୍ତ୍ର ଅନୁଯାୟୀ, ଏହି ମାସ ସଭିଁଙ୍କ ପାଇଁ ବେଶ ମହତ୍ତ୍ବପୂର୍ଣ୍ଣ ଅଟେ। ଜାଣନ୍ତୁ ଏହି ମାସରେ କେଉଁ କାର୍ୟ୍ୟ କରିବା ଆଦୌ ଉଚିତ ନୁହେଁ , ଧାର୍ମିକ ମାନ୍ୟତା ଅନୁଯାୟୀ, ଏହି ମାସ ଭଗବାନ ବିଷ୍ଣୁଙ୍କୁ ସମର୍ପିତ ଅଟେ। ଏହି ମାସରେ ବହୁ ପର୍ବପର୍ବାଣି ମଧ୍ୟ ପାଳନ କରାଯାଏ।
୧ – ଏହି ମାସରେ କୌଣସି ବ୍ୟକ୍ତିଙ୍କ ସହ ଖରାପ ବ୍ୟବହାର କିମ୍ବା କାହାର ଅନିଷ୍ଟ କରିବା ଉଚିତ ନୁହେଁ।
୨- ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସମସ୍ତ ବୃକ୍ଷଲତାରଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେଣୁ ଏହି ମାସରେ ବୃକ୍ଷ ଲତାଙ୍କର କ୍ଷତି କରିବା ଉଚିତ ନୁହେଁ। ବୃକ୍ଷଲତାଙ୍କର କ୍ଷତି କରିବା ଦ୍ୱାରା ସ୍ୱାସ୍ଥ୍ୟ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ।
୩ – ଏହି ମାସରେ କୌଣସି ଜୀବଯନ୍ତୁଙ୍କର ହତ୍ୟା କରିବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ଦୁର୍ଭାଗ୍ୟ ପ୍ରାପ୍ତି ହୋଇଥାଏ।
୪- କାର୍ତ୍ତିକ ମାସରେ କୌଣସି ବ୍ୟକ୍ତିଙ୍କ ଓ ଗୁରୁଜନମାନଙ୍କର ଅପମାନ କରିବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ମା’ଲକ୍ଷ୍ମୀ କ୍ରୋଧ କରିଥାଆନ୍ତି।
୫ – ଏହି ମାସରେ ମଦ୍ୟପାନ କରିବା ମଧ୍ୟ ଉଚିତ ନୁହେଁ।

Hot this week

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

Related Articles

Popular Categories