କର୍ଣ୍ଣାଟକ କଂଗ୍ରେସରେ ବିଦ୍ରୋହ

0

ଶ୍ରୀନଗର : ମନ୍ତ୍ରିମଣ୍ଡଳ ଗଠନ ପରେ କର୍ଣ୍ଣାଟକ କଂଗ୍ରେସରେ ବିଦ୍ରୋହ ଦେଖାଦେଇଛି। ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇ ନଥିବା ଦଳର ଅସନ୍ତୁଷ୍ଟ ବିଧାୟକମାନେ ଗୁରୁବାର ଅଲଗା ବୈଠକ କରିଛନ୍ତି। ବିଧାୟକ ଏମ୍‍.ବି ପାଟିଲଙ୍କ ଘରେ ଗୁରୁବାର ଅନୁଷ୍ଠିତ ଏହି ବୈଠକରେ ଏମ୍‍ଟିବି ନାଗରାଜ, ସତୀଶ ଜାର୍କିହୋଲି, ସୁଧାକର ଓ ଆର. ରୋଶନ ବେଗ୍‍ଙ୍କ ଭଳି ପ୍ରାୟ ୫ଜଣ ବିଧାୟକ ଉପସ୍ଥିତ ଥିବା ଜଣାପଡ଼ିଛି। ବୈଠକ ପରେ ସତୀଶଙ୍କ କହିବାନୁଯାୟୀ, ସେମାନଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳି ନଥିବାରୁ ଆଗାମୀ ସମ୍ପ୍ରସାରଣ ସମ୍ପର୍କରେ ବୈଠରେ ଆଲୋଚନା ହୋଇଥିଲା। ମୁଖ୍ୟମନ୍ତ୍ରୀ ଏଚ୍‍.ଡି କୁମାରସ୍ୱାମୀଙ୍କ ସରକାର ଗଠନର ପ୍ରୟାୟ ୧୫ଦିନ ପରେ ବୁଧବାର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇଥିଲା। ବୁଧବାର ଏଭଳି ବୈଠକ ଅନୁଷ୍ଠିତ ହୋଇଥିଲା। ଆଜିର ଦ୍ୱିତୀୟ ବୈଠକ ମାଧ୍ୟମରେ ସେମାନେ ଦଳୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ହିଁ ଚେଷ୍ଟା କରିଛନ୍ତି। ଏଥିରେ କୌଣସି ଭୁଲ୍‍ ନାହିଁ। ଏହାକୁ ଦଳବିରୋଧୀ କାର୍ଯ୍ୟ ବୋଲି ଭାବିବା ଅନୁଚିତ। ଆଗକୁ ପୁନର୍ବାର ସେମାନେ ବୈଠକରେ ଏକାଠି ହେବେ ବୋଲି ସେ କହିଛନ୍ତି। ଏଥିରେ କଂଗ୍ରେସ ଓ ମେଣ୍ଟ ସହଯୋଗୀ ଜେଡି(ଏସ୍‍)ର ୨୫ଜଣ ମନ୍ତ୍ରି ଭାବେ ଶପଥ ଗ୍ରହଣ କରିଥିଲେ। ତେବେ କଂଗ୍ରେସର ପାଟିଲ, ସତୀଶ ଓ ବେଗ୍‍ଙ୍କ ସମେତ ଦୀନେଶ ଗୁଣ୍ଡୁରାଓ, ରାମଲିଙ୍ଗ ରେଡ୍ଡି, ଏଚ୍‍କେ ପାଟିଲ, ତନବୀର ସେଟ୍‍, ସାମାନ୍ନୁର ଶିବଶଙ୍କରାପ୍ପାଣ୍ଡ ପ୍ରମୁଖ ଆଶାୟୀ ବରିଷ୍ଠ ନେତା ଏଥିରୁ ବାଦ ପଡ଼ିଥିଲେ। ମନ୍ତ୍ରୀ ପଦ ନ ମିଳିବା ପ୍ରତିବାଦରେ ଜଣେ ବିଧାୟକଙ୍କ ମସର୍ଥକମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

Leave A Reply