କର୍ଣ୍ଣାଟକ ରାଜନୀତି: ପର୍ଯ୍ୟାୟ ଭିତ୍ତିରେ ମିଳିବ ମନ୍ତ୍ରୀପଦ

0

ବେଙ୍ଗାଲୁରୁ: କର୍ଣ୍ଣାଟକରେ ପର୍ଯ୍ୟାୟ ଭିତ୍ତିରେ କଂଗ୍ରେସ ବିଧାୟକମାନେ ମନ୍ତ୍ରୀ ପଦ ପାଇବେ। ମନ୍ତ୍ରିମଣ୍ଡଳରେ ବିଭାଗ ବଣ୍ଟନକୁ ନେଇ କଂଗ୍ରେସ ବିଧାୟକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହେବା ପରେ କଂଗ୍ରେସ ହାଇକମାଣ୍ଡ ଉପରୋକ୍ତ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। କୁମାରସ୍ୱାମୀଙ୍କ ନେତୃତ୍ୱରେ ଗଠିତ ଜେଡିଏସ୍‍-କଂଗ୍ରେସ ମେଣ୍ଟ ସରକାରରେ କଂଗ୍ରେସର ଅନେକ ବରିଷ୍ଠ ଓ ଅଭିଜ୍ଞ ବିଧାୟକଙ୍କୁ ମନ୍ତ୍ରୀପଦ ନ ମଳିବା ପରେ ଅସନ୍ତୋଷ ଉପୁଜିଛି। କେତେକ ବରିଷ୍ଠ ବିଧାୟକ ଦଳ ଛାଡ଼ିବେ ବୋଲି ଧମକ ଦେଇଛନ୍ତି। ଦଳରେ ବିଦ୍ରୋହ ଉପୁଜିବା ଆଶଙ୍କାରେ କଂଗ୍ରେସ ହାଇକମାଣ୍ଡ ଏକ ସମାଧାନର ସୂତ୍ର ବାହାର କରିଛନ୍ତି। ଏହି ସୂତ୍ର ଅନୁଯାୟୀ ପ୍ରତି ଦୁଇ ବର୍ଷରେ କଂଗ୍ରେସ ବିଧାୟକଙ୍କୁ ପରିବର୍ତ୍ତନ କରାଯିବ। ସେହିପରି ପ୍ରତି ଛଅ ମାସରେ ମନ୍ତ୍ରୀଙ୍କ ପାରଦର୍ଶିତା ସମୀକ୍ଷା କରାଯିବ। ଭଲ ପ୍ରଦର୍ଶନ କରିନଥିବା ମନ୍ତ୍ରୀଙ୍କୁ ବଦଳାଇ ନୂଆ ବିଧାୟକଙ୍କୁ ସୁଯୋଗ ଦିଆଯିବ।

Leave A Reply