nua o banner

ବିିସିସିଆଇକୁ କପିଳଙ୍କ ପରାମର୍ଶ ବଡଙ୍କୁ ଭୁଲି ଯୁବ ଖେଳାଳିଙ୍କୁ ଗୁରୁତ୍ବ ଦିଅ

BJD Bijuli 480×75 Mob

ନୂଆଦିଲ୍ଲୀ : ୟୁଏଇରେ ଚାଲିଥିବା ଟ୍ବେଣ୍ଟି୨୦ ବିଶ୍ବକପରେ ଭାରତ ସୁପର-୧୨ରେ କ୍ରମାଗତ ଦୁଇଟି ମ୍ୟାଚରେ ପରାଜିତ ହୋଇ ସେମିଫାଇନାଲ ପ୍ରବେଶ ସଙ୍କଟରେ ରହିଛି। ଭାରତକୁ କେବଳ ଚମତ୍କାରିତା ଏବେ ସେମିଫାଇନାଲରେ ପହଞ୍ଚାଇ ପାରିବ। ଏହା ଛଡ଼ା ଆଉ କିଛି ଉପାୟ ନାହିଁ। ଭାରତୀୟ ଦଳର ଏଭଳି ପ୍ରଦର୍ଶନ ଲାଗି କ୍ରିକେଟ କିମ୍ବଦନ୍ତୀ କପିଳ ଦେବ୍‌ ବିସିସିଆଇ ମନୋନୟନ କମିଟିକୁ ଦୋଷାରୋପ କରିଛନ୍ତି। କପିଳ କହିଛନ୍ତି ଯେ, ଭାରତୀୟ ଦଳ ଚଳିତ ଟ୍ବେଣ୍ଟି୨୦ ବିଶ୍ବକପ ଲାଗି ଅଭିଜ୍ଞ ଓ ଦକ୍ଷ ଖେଳାଳିଙ୍କୁ ଦଳ​‌େ​‌ର ସୁଯୋଗ ଦେଇଥିଲା। ବଡ ଖେଳାଳିଙ୍କୁ ବଡ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ ନେଇ ମନୋନୟନକାରୀ ଦଳରେ ସାମିଲ କରିଥିଲେ। ଚଳିତ ଆଇପିଏଲରେ ଯୁବ ଖେଳାଳିମାନେ ବହୁତ ଭଲ ପ୍ରଦର୍ଶନ କରିଥିଲେ। ସେମାନଙ୍କୁ ଦଳରେ ସାମିଲ କରିବା ନେଇ ପ୍ରାଥମିକତା ଦେବା ଆବଶ୍ୟକତା ଥିଲା ବୋଲି କପିଳ କହିଛନ୍ତି।

Comments are closed.