www.samajalive.in
Sunday, December 14, 2025
17.1 C
Bhubaneswar

ଅଗ୍ନିକାଣ୍ଡରୁ ଜଙ୍ଗଲ ରକ୍ଷା ନେଇ ସଚେତନତା ଅଭିଯାନ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ବନବିଭାଗ ପକ୍ଷରୁ ତୁରେକେଲା ବ୍ଲକ ସମ୍ମିଳନୀ ଗୃହରେ ଜଙ୍ଗଲରେ ନିଆଁ ଲଗାଇବା ବିରୁଦ୍ଧରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଛି। ମୁଖ୍ୟଅତିଥି ଭାବେ ସ୍ଥାନୀୟ ବିଧାୟକ ସନ୍ତୋଷ ସିଂ ସାଲୁଜା ଯୋଗଦେଇ ମହୁଲ ଓ କେନ୍ଦୁ ପତ୍ର ତୋଳାଳୀମାନେ ଜଙ୍ଗଲରେ ଗଛରୁ ଝଡି ପଡ଼ିଥିବା ପତ୍ରରେ ନିଆଁ ଲଗାଇ ସଫା କରିବା ସହିତ ମହୁଲ ଗୋଟାଇଥାନ୍ତି, ତେଣୁ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ପତ୍ର ସବୁ ଝାଡୁ ମାରି, ଗାତ ଖୋଳି ପୋତିଦେଲେ, ଜଙ୍ଗଲରେ ନିଆଁ ଲାଗିବ ନାହିଁ। ଜଙ୍ଗଲରେ ଥିବା ଜୀବଜନ୍ତୁ, ପଶୁପକ୍ଷୀ ମଧ୍ୟ ନିଆଁ ଦାଉରୁ ରକ୍ଷା ପାଇବେ ବୋଲି ଉପସ୍ଥିତ ବନବାସୀ ମହିଳା ମହୁଲ ଗୋଟାଳିଙ୍କୁ ପରାମର୍ଶ ଦେଇଥିଲେ।

- Advertisement -

ଏହି ସଚେତନ ସଭାରେ ଆମନ୍ତ୍ରିତ ଅଥିତି ଭାବେ କଣ୍ଟାବାଞ୍ଜି ତହସିଲଦାର ଯୋଗେଶ୍ୱର ଧାରୁଆ, ବ୍ଲକ ବିଡ଼ିଓ ଦେବାଶିଷ ସାମଲ, ଲାଠୋର ରେଞ୍ଜ ଅଧିକାରୀ ପ୍ରଭାବତୀ ସେଠ, ବଙ୍ଗମୁଣ୍ଡା ରେଞ୍ଜର ଜନାର୍ଦନ ଠାକୁର, ପଂଚାୟତ ସମିତି ଉପାଧକ୍ଷ ନୌକେଶୀ ସିପକା, ପ୍ରମୁଖ ମଂଚାସୀନ ଥାଇ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା ପାଇଁ ନିଜ ନିଜର ମତ ବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ୍ୟ ଜଙ୍ଗଲ ସୁରକ୍ଷା କମିଟି ସଦସ୍ୟ, ସଚେତନ ନାଗରିକ, ମହୁଳ ଗୋଟାଳି, ମହିଳାମାନେ ସଚେତନ ସଭାରେ ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories