www.samajalive.in
Sunday, December 14, 2025
19.1 C
Bhubaneswar

ଚୋରା କିରୋସିନି ଜବତ

ମୋହନା: ସ୍ଥାନୀର ବ୍ଲକ ଅନ୍ତର୍ଗତ ପିଣ୍ଡିକି ପଞ୍ଚାୟତରେ ବିଭିନ୍ନ ସମୟରେ ବହୁବାର ଡିଲରଙ୍କ ଦ୍ଵାରା କିରାସିନି କଳାବଜାରି କରି ବେପାର କରୁଥିବା ବେଳେ ରାତି ଅଧିଆ ଗ୍ରାମର ଯୁବକ ସଂଘ ଓ ଗ୍ରାମବାସୀ ଦୁଇ ବ୍ୟାରେଲ ଭର୍ତ୍ତି ଥିବା କିରୋସିନି ଓ ଏକ ଟ୍ରାକ୍ଟରକୁ ଅଟକ ରଖି ପୂର୍ବତନ ଯୋଗାଣ ଅଧିକାରୀ, ଜିଲ୍ଲା ଯୋଗାଣ ଅଧିକାରୀ ଓ ଉପଜିଲ୍ଲାପାଳଙ୍କୁ ଖବର ଜଣାଇଥିଲେ। ହେଲେ ଫଳ ଶୂନ। ଯାହ ଫଳରେ ପିଣ୍ଡିକି ପଞ୍ଚାୟତର କିରୋସିନି ଡିଲର ତ୍ରିନାଥ ବେହେରା ଖୁଲମଖୋଲା କଳାବଜାରୀ କରୁଛନ୍ତି।

୨୫ ତାରିଖରେ ପିଣ୍ଡିକି ଗ୍ରାମ ହରିଜନ ସାହିର କିରୋସିନି ଡିଲର ତ୍ରିନାଥ ବେହେରାଙ୍କ ଠାରୁ ୬୮ଟଙ୍କା ହିସାବରେ ୨୪ ଲିଟର କିରୋସିନି କିଣି କିଡାସିଙ୍ଗି ଗ୍ରାମର ପଞ୍ଚାନନ ନାୟକ (୫୮)ନେଉଥିବା ବେଳେ ପିଣ୍ଡିକି ଗ୍ରାମର କିଛି ଲୋକେ ଜାତୀୟ ରାଜପଥ ୩୨୬ ନିକଟରେ ତାଙ୍କୁ ଅଟକାଇ କିରୋସିନି ଓ ଗାଡିକୁ ଧରି ପ୍ରଶାସନକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଯୋଗାଣ ଅଧିକାରୀ ଶୁଭେନ୍ଦୁ କୁମାର ପାଣିଗ୍ରାହୀ ପହଞ୍ଚି କିରାସିନି ଜବତ କରିବା ସହ ତଦନ୍ତ ଆରମ୍ବ କରିଛନ୍ତି। ଏ ସମ୍ପର୍କରେ ଜିଲ୍ଲା ପାଳଙ୍କୁ ଅବଗତ କରାଇବା ପରେ ଦୋଷୀ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories