www.samajalive.in
Wednesday, December 10, 2025
15.1 C
Bhubaneswar

ଖୁଦ୍ର ଉଦ୍ୟୋଗ ବିକାଶ କାର୍ଯ୍ୟକ୍ରମ ଉଦଘାଟିତ

କଣ୍ଟାବାଞ୍ଜି : ବଙ୍ଗୋମୁଣ୍ଡା ବଜ଼ାରସ୍ଥିତ ମିଶନ ଶକ୍ତି ଭବନରେ ଆକସେଣ୍ଟୁର କମ୍ପାନୀ ଆର୍ଥିକ ସହାୟତାରେ ଉଦ୍ୟୋଗ ବିକାଶ ପ୍ରତିଷ୍ଠାନ ଅହମଦାବାଦ ଦ୍ୱାରା ଏକ ୨୬ ଦିନିଆ ଉଦ୍ୟୋଗବିକାଶ ତାଲିମ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ବଲାଙ୍ଗୀର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କର ଶାଖା ପରିଚାଳକ ଅମିତ କୁମାର ସାମନ୍ତରାୟ ପ୍ରଦୀପ ଜାଳି ମନ୍ତ୍ର ଉଚ୍ଚାରଣ କରି ଉଦଘାଟନ କରିଥିଲେ। ମହିଳା ରୋଜଗାର କରିବାକୁ ଦୃଢ ମନୋବଳ ଓ ଉଦ୍ୟମ ଆବଶ୍ୟକ ବୋଲି କହିଥିଲେ। ପ୍ରଶିକ୍ଷକ କୃଷ୍ଣ ରଣା ମୃତ୍ତିକା ଶିଳ୍ପର ପ୍ରସାର ସହ କାରିଗରମାନେ କିପରି ରୋଜଗାର କ୍ଷମ ହୋଇପାରିବେ ତାହା ଉଦାହରଣ ଦେଇ ବୁଝାଇଥିଲେ। ସଂଯୋଗ ସଂସ୍ଥା ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ୫୦ଅଂଶଭାଗୀ ଯୋଗ ଦେଇଥିଲେ। ବିଭୀଷଣ ଓ ପଙ୍କଜ କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories