www.samajalive.in
Saturday, December 6, 2025
16.1 C
Bhubaneswar

ଖୁଦ୍ର ଉଦ୍ୟୋଗ ବିକାଶ କାର୍ଯ୍ୟକ୍ରମ ଉଦଘାଟିତ

କଣ୍ଟାବାଞ୍ଜି : ବଙ୍ଗୋମୁଣ୍ଡା ବଜ଼ାରସ୍ଥିତ ମିଶନ ଶକ୍ତି ଭବନରେ ଆକସେଣ୍ଟୁର କମ୍ପାନୀ ଆର୍ଥିକ ସହାୟତାରେ ଉଦ୍ୟୋଗ ବିକାଶ ପ୍ରତିଷ୍ଠାନ ଅହମଦାବାଦ ଦ୍ୱାରା ଏକ ୨୬ ଦିନିଆ ଉଦ୍ୟୋଗବିକାଶ ତାଲିମ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ବଲାଙ୍ଗୀର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କର ଶାଖା ପରିଚାଳକ ଅମିତ କୁମାର ସାମନ୍ତରାୟ ପ୍ରଦୀପ ଜାଳି ମନ୍ତ୍ର ଉଚ୍ଚାରଣ କରି ଉଦଘାଟନ କରିଥିଲେ। ମହିଳା ରୋଜଗାର କରିବାକୁ ଦୃଢ ମନୋବଳ ଓ ଉଦ୍ୟମ ଆବଶ୍ୟକ ବୋଲି କହିଥିଲେ। ପ୍ରଶିକ୍ଷକ କୃଷ୍ଣ ରଣା ମୃତ୍ତିକା ଶିଳ୍ପର ପ୍ରସାର ସହ କାରିଗରମାନେ କିପରି ରୋଜଗାର କ୍ଷମ ହୋଇପାରିବେ ତାହା ଉଦାହରଣ ଦେଇ ବୁଝାଇଥିଲେ। ସଂଯୋଗ ସଂସ୍ଥା ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ୫୦ଅଂଶଭାଗୀ ଯୋଗ ଦେଇଥିଲେ। ବିଭୀଷଣ ଓ ପଙ୍କଜ କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲେ।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories