ଧାନ କିଣା ନେଇ ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ କଡା ଚେତାବନୀ
ଭୁବନେଶ୍ୱର : ଧାନ କିଣା ନେଇ ମିଲରଙ୍କୁ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଶନିବାର କଡା ଚେତାବନୀ ଦେଇଛନ୍ତି । ମଣ୍ଡି ବ୍ୟତୀତ ବାହାରୁ ଧାନ କିଣିଲେ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ମିଲ୍କୁ ସିଲ୍ କରାଯିବ । ଏହାସହ କଳା ତାଲିକା ଭୁକ୍ତ ମଧ୍ୟ କରାଯିବ । ମନ୍ତ୍ରୀ ଆହୁରି କହିଛନ୍ତି, ନୂଆପଡାରେ ଏହି କାରଣ ପାଇଁ ମିଲ୍କୁ ସିଲ୍ କରାଯାଇଛି । ଆଗକୁ ଯିଏ ଏମିତି କାମ କରିବ ତା’ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଚାଷୀ ଧାନ ବିକିବାକୁ ତରତର ହେଉଥିବାରୁ ଦଲାଲ ସୁଯୋଗ ନେଉଛନ୍ତି ।
ମକର ରାଶିରେ ଚଳନ କରିବେ ଶୁକ୍ର; ଏହି ୫ ରାଶି ହେବେ ଭାଗ୍ୟଶାଳୀ, ହଠାତ୍ ମିଳିବ ଧନ..
ଭିଡିଓ ଦେଖିଲେ ଆଖିରେ ଲୁହ ରହିବନି, ଛୁଆ ମରିଯିବା ପରେ ଏମିତି କଲା ହାତୀ..
Comments are closed.