ଭିଡିଓ ଦେଖିଲେ ଆଖିରେ ଲୁହ ରହିବନି, ଛୁଆ ମରିଯିବା ପରେ ଏମିତି କଲା ହାତୀ..
ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଅନେକ ସମୟରେ ଜୀବଜନ୍ତୁଙ୍କ ବିଭିନ୍ନ ଭିଡିଓ ଭାଇରାଲ୍ ହୋଇଥାଏ । କିଛି ଭିଡିଓ ଆଶ୍ଚର୍ଯ୍ୟ ଚକିତ କରିବା ସହ ଦୁଃଖିତ ମଧ୍ୟ କରିଥାଏ । ନିକଟରେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଏକ ଭିଡିଓ ବେଶ ଭାବବିହ୍ୱଳ କରିବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି। ହାତୀ ଓ ଛୁଆହାତୀର ଭାଇରାଲ୍ ହେଉଥିବା ଏହି ଭିଡିଓଟିକୁ ଦେଖି ଆପଣଙ୍କ ଆଖିରେ ମଧ୍ୟ ଲୁହ ଆସିଯିବ।
#Elephant Mother not able to comprehend death of her calf. She keeps dragging body for some time – at times for days. They are so like us – they are so humane. pic.twitter.com/qmWBjLZud8
— Parveen Kaswan, IFS (@ParveenKaswan) November 21, 2024
ଭିଡିଓରେ ଦେଖିପାରିବେ ଛୁଆର ମୃତ୍ୟୁ ପରେ ହାତୀ ସହଜରେ ଏହାକୁ ଗ୍ରହଣ କରି ପାରୁ ନାହିଁ । ହାତୀ ନିଜ ଛୁଆର ମରଶରୀରକୁ ଘୋଷାଡି ଘୋଷାଡି ନେଉଛି । କିଛି ସମୟ ପରେ ଶୁଣ୍ଢରେ ମଧ୍ୟ ଉଠାଇ ନେଉଛି । କିଛି ଦିନ ହେବ ହାତୀଟି ନିଜ ମୃତ ଛୁଆ ସହ ରହିବା ସହ ମୃତଦେହକୁ ପାଖରୁ ଛାଡୁନଥିବା ସେଠାରେ ଉପସ୍ଥିତ ଥିବା ଲୋକେ କହିଛନ୍ତି ।
ଭିଡିଓକୁ ଏଯାଏଁ ଲକ୍ଷ ଲକ୍ଷ ଲୋକେ ଦେଖିବା ସହ ଭାବବିହ୍ୱଳ ହୋଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ଜୀବଜନ୍ତୁ ମଧ୍ୟ ଗଭୀର ଶୋକ ଓ ଦୁଃଖ ଅନୁଭବ କରନ୍ତି, ଜୀବଜନ୍ତୁ ପ୍ରତି ସହାନୁଭୂତି ପ୍ରଦର୍ଶନ ପାଇଁ ଲୋକେ ମତ ଦେଇଛନ୍ତି ।
ପୁଣି ଆସୁଛି ‘ବାତ୍ୟା’ ! ; ଜାଣନ୍ତୁ ଓଡିଶାରେ ପ୍ରଭାବ ଅଛି କି ନାହିଁ, ଏହି ଦିନରୁ ଆରମ୍ଭ ହେବ ବର୍ଷା..
ମକର ରାଶିରେ ଚଳନ କରିବେ ଶୁକ୍ର; ଏହି ୫ ରାଶି ହେବେ ଭାଗ୍ୟଶାଳୀ, ହଠାତ୍ ମିଳିବ ଧନ..
Comments are closed.