www.samajalive.in
Friday, December 5, 2025
26.1 C
Bhubaneswar

ପୁଣି ଆସୁଛି ‘ବାତ୍ୟା’ ! ; ଜାଣନ୍ତୁ ଓଡିଶାରେ ପ୍ରଭାବ ଅଛି କି ନାହିଁ, ଏହି ଦିନରୁ ଆରମ୍ଭ ହେବ ବର୍ଷା..

ଭୁବନେଶ୍ୱର : ପୁଣି ଆସୁଛି ବାତ୍ୟା । ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ। ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି ଘୂର୍ଣ୍ଣିବଳୟ । ଆସନ୍ତା ୨୪ ଘଣ୍ଟାରେ ଏହା ଲଘୁଚାପର ରୂପ ନେବ । ପରବର୍ତ୍ତୀ ୨ ଦିନ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ନେବ ଅବପାତର ରୂପ । ପରେ ଅଧିକ ଘନୀଭୂତ ହୋଇ ବାତ୍ୟା ରୂପ ନେବାର ସମ୍ଭାବନା ରହିଛି । ବାତ୍ୟା ହେଲେ ତାର ନାଁ ରହିବ ଫେଙ୍ଗାଲ । ବାତ୍ୟାଟି ତାମିଲନାଡୁ ଏବଂ ଶ୍ରୀଲଙ୍କା ଉପକୂଳ ମୁହାଁ ହେବ । ୨୫ କିମ୍ବା ୨୬ ତାରିଖରେ ବାତ୍ୟା ସ୍ଥଳଭାଗ ଛୁଇଁପାରେ । ଓଡିଶା ଉପରେ ଲଘୁଚାପ କିମ୍ବା ବାତ୍ୟାର ପ୍ରଭାବ ନପଡିପାରେ ବୋଲି ଜଣାପଡିଛି । ସିଷ୍ଟମ ଉପରେ ଆଇଏମଡି ସ୍ୱତନ୍ତ୍ର ନଜର ରଖିଛି । ବାତ୍ୟାର ତୀବ୍ରତା କେତେ ରହିବ ଏଯାଏଁ ସ୍ପଷ୍ଟ ହୋଇ ନାହିଁ । ଲଘୁଚାପ ସୃଷ୍ଟି ପରେ ଭାରତୀୟ ପାଣିପାଗ ବିଭାଗ ଚିତ୍ର ସ୍ପଷ୍ଟ କରିବ । ଏହାସହ ଆଗାମୀ ୫ ଦିନ ପାଇଁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ୨୭ ତାରିଖରେ ରାଜ୍ୟର କିଛି ଜିଲାରେ ବର୍ଷା ସମ୍ଭାବନା ରହିଛି । ଜଗତସିଂହପୁର, କେନ୍ଦ୍ରାପଡାରେ ହାଲୁକା ବର୍ଷା ସହ ଭଦ୍ରକ ଓ ପୁରୀର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ୨୮ରେ ଭଦ୍ରକ, କେନ୍ଦ୍ରାପଡାର କିଛି ସ୍ଥାନରେ ବର୍ଷା ଆଶଙ୍କା କରାଯାଉଛି । ସେହିପରି ଜଗତସିଂହପୁର, ମାଲକାନଗିରି ଏବଂ କୋରାପୁଟରେ ମଧ୍ୟ ବର୍ଷା ସମ୍ଭାବନା ରହିଛି । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

ଆସନ୍ତାକାଲି ମିଳିବ ‘ସୁଭଦ୍ରା’ ଟଙ୍କା..

ମକର ରାଶିରେ ଚଳନ କରିବେ ଶୁକ୍ର; ଏହି ୫ ରାଶି ହେବେ ଭାଗ୍ୟଶାଳୀ, ହଠାତ୍‌ ମିଳିବ ଧନ.. 

- Advertisement -

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories