www.samajalive.in
Friday, December 5, 2025
20.1 C
Bhubaneswar

ଟଳିଲେ ମାଓବାଦୀ, ନାଚିଲେ ଯବାନ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ କୋଣ୍ଟା ଜିଲ୍ଲା ଭେଜି ଅଞ୍ଚଳରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ବଡ ଧରଣର ଗୁଳି ବିନିମୟ ହୋଇଛି। ଏଥିରେ ୧୦ ମାଓବାଦୀ ନିହତ ହୋଇଛନ୍ତି। ଏହି ଖୁସିରେ ଯବାନମାନେ ନାଚି ଉଠିଛନ୍ତି। ଶୁକ୍ରବାର ମାଲକାନଗିରି ଜିଲ୍ଲା ଜିନେଲଗୁଡା ଜଙ୍ଗଲରେ ଛତିଶଗଡ ପଟୁ ମାଓବାଦୀମାନେ ପଶିବାକୁ ଉଦ୍ୟମ କରୁଥିଲେ। ସେହି ସମୟରେ ପୁଲିସ ଏବଂ ମାଓବାଦୀ ମାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ୩୦ରୁ ଅଧିକ ମାଓବାଦୀ ସେଠାରୁ ଛତିଶଗଡ ଅଞ୍ଚଳକୁ ଖସି ପଳାଇଥିଲେ। ଏହାକୁ ନେଇ ଛତିଶଗଡରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଥିଲା। ଘଟଣାସ୍ଥଳରୁ ମାଓବାଦୀଙ୍କ ମୃତଦେହ ସହ ବହୁ ମାଓ ସାମଗ୍ରୀ ଜବତ କରାଯାଇଛି। ତେବେ ଏହା ଯବାନଙ୍କ ପାଇଁ ଏକ ବଡ ସଫଳତା ଆଣିଦେଇଛି। ଯାହାକୁ ନେଇ ଯବାନମାନେ ଖୁସିର ସହ ନାଚ ଗୀତ କରିଥିଲେ । ବର୍ତ୍ତମାନ ମଧ୍ୟ ସମ୍ପୃକ୍ତ ଅଞ୍ଚଳରେ ତଲାସୀ ଅଭିଯାନକୁ ଜୋରଦାର କରାଯାଇଛି।

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories