ସାପରୁ ଅଧିକ ବିଷାକ୍ତ ଏହି ଗଛ, ତଳେ ଠିଆ ହେଲେ ବି ହୋଇଥାଏ ମୃତ୍ୟୁ!
ନୂଆଦିଲ୍ଲୀ : ଯଦି ଆପଣ ଚିନ୍ତା କରୁଛନ୍ତି, କେବଳ ବିଷାକ୍ତ ଜୀବ ଅଛନ୍ତି, ତେବେ ଏହା ଭୁଲ୍ । ଏଭଳି ଏକ ଗଛ ବିଷୟରେ ଜାଣନ୍ତୁ ଯାହାର ବିଷ ବିଷାକ୍ତ ସାପ ଠାରୁ ମଧ୍ୟ ଖୁବ୍ ଅଧିକ । ଏହା ଜାଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗି ପାରେ ।
ପୃଥିବୀ ପୃଷ୍ଠରେ ବିଭିନ୍ନ ପ୍ରକାର ଜୀବଜନ୍ତୁଙ୍କ ସହ ଅନେକ ରହସ୍ୟମୟ ଜିନିଷ ରହିଛି । କିଛି ଜୀବଜନ୍ତୁଙ୍କ ସହ ଏଭଳି କେତେକ ବୃକ୍ଷ ରହିଛନ୍ତି, ଯାହାର ବିଷ ମଣିଷର ଜୀବ ନେଇଯାଏ । ଅନେକ ସମୟରେ ସାପ ମଧ୍ୟ ଏହି ଗଛର ଶିକାର ହୋଇ ଥାଆନ୍ତି ।
ଖାସ୍ କରି ବିଷାକ୍ତ ନାଁ ଆସିଲେ ସାପ ହିଁ ସବୁଠାରୁ ଅଧିକ ବିଷାକ୍ତ ବୋଲି କୁହାଯାଏ । କେରେବିୟନରେ ଅନେକ (manchineel tree) ମାନଚିନିଲ ଗଛ ଗୁଡିକରେ ବୈଜ୍ଞାନିକ ଚେତାବନୀ ମଧ୍ୟ ଲେଖାଯାଇଛି । ଗଛରେ ଏହା ମଧ୍ୟ ଲେଖାଯାଇଛି ବର୍ଷା ସମୟରେ ଗଛ ତଳେ ଠିଆ ହେବା ଦ୍ୱାରା ଜୀବନ ପ୍ରତି ବିପଦ ରହିଛି । କେବଳ ସେତିକି ନୁହେଁ ଏହି ଗଛର ଫଳ ମଧ୍ୟ ବିଷାକ୍ତ ।
ମକର ରାଶିରେ ଚଳନ କରିବେ ଶୁକ୍ର; ଏହି ୫ ରାଶି ହେବେ ଭାଗ୍ୟଶାଳୀ, ହଠାତ୍ ମିଳିବ ଧନ..
ଭିଡିଓ ଦେଖିଲେ ଆଖିରେ ଲୁହ ରହିବନି, ଛୁଆ ମରିଯିବା ପରେ ଏମିତି କଲା ହାତୀ..
ପୁଣି ଆସୁଛି ‘ବାତ୍ୟା’ ! ; ଜାଣନ୍ତୁ ଓଡିଶାରେ ପ୍ରଭାବ ଅଛି କି ନାହିଁ, ଏହି ଦିନରୁ ଆରମ୍ଭ ହେବ ବର୍ଷା..
Comments are closed.