www.samajalive.in
Sunday, December 14, 2025
16.1 C
Bhubaneswar

ଓଡ଼ିଶାରେ ଓବିସି, ଛତିଶଗଡ଼ରେ ଆଦିବାସୀ


ବଲାଙ୍ଗିର : ଓଡ଼ିଶାରେ ସେମାନେ ଓବିସି(ପଛୁଆବର୍ଗ)। ସେମାନଙ୍କ ଗାଁରୁ ୫ କିଲୋମିଟର ଦୂର ଛତିଶଗଡ଼ ରାଜ୍ୟ ସୀମା । ରାଜ୍ୟ ସେପଟେ ଥିବା ସେମାନଙ୍କ ଜାତିର ଲୋକେ ଆଦିବାସୀ ମାନ୍ୟତା ପାଇଛନ୍ତି । ଛତିଶଗଡ଼ରୁ ବିବାହ ହୋଇ ଝିଅ ଏଠାକୁ ଆସିଲେ ପହରିଆଙ୍କ ଅବସ୍ଥା ଦେଖି ହସନ୍ତି। କାରଣ ଛତିଶଗଡ଼ରେ ସେମାନଙ୍କୁ ବିଶେଷ ଜନଜାତି ମାନ୍ୟତା ମିଳିଛି। ବିକାଶ ଯୋଜନା କରି ସେଠାକାର ସରକାର ଅନେକ ଜନହିତକର ପ୍ରକଳ୍ପ କାର୍ଯ୍ୟକାରୀ କରୁଥିବା ବେଳେ ଏଠି ବିକାଶର ଚିହ୍ନବର୍ଣ୍ଣ ନାହିଁ। ଦୁର୍ଦିନରେ ଜୀବନ ଜିଉଁଥିବାରୁ ସେମାନେ ପରିହାସର ପାତ୍ର ହୁଅନ୍ତି ା ଛତିଶଗଡ଼ ରାଜ୍ୟ ସୀମାନ୍ତ ଓଡ଼ିଶାର ଢ଼େକୁନପାନିର ଗାଁର ପହରିଆ ମହିଳାଙ୍କ ସହ କଥା ହେବା ବେଳେ ସେମାନେ ଏଭଳି ଅଭିଯୋଗ କରିଥିଲେ।
ନୂଆପଡ଼ା ଜିଲା ସୁନାବେଡ଼ା ଅଭୟାରଣ୍ୟ ଅଞ୍ଚଳର ଗାତିବେଡ଼ା ଗ୍ରାମର ଏକ ପଡ଼ା ହେଉଛି ଢ଼େକୁନପାନି। ଏଠାରେ କେଉଁ ଆଦିମକାଳରୁ ବାଉଁଶ କାମକରି ପରିବାର ପୋଷଣ କରୁଥିବା ପହରିଆ ଜାତିର ଲୋକେ ରହନ୍ତି । ଗାଁର ମଙ୍ଗଳ ସିଂଙ୍କ କହିବାନୁସାରେ, ସେମାନେ ୩ପୁରୁଷ ହେଲାଣି ଏଠାରେ ରହିଲେଣି । ପୂର୍ବରୁ ସେମାନଙ୍କୁ ଜଙ୍ଗଲଜମି ଛାଡ଼ିବାକୁ ଚେତାବନୀ ଦିଆଯାଉଥିଲା, କିନ୍ତୁ ଏବେ ଆଉ ଦିଆଯାଉନି ା ସରକାର ଭୁଞ୍ଜିଆଙ୍କୁ ଆଦିବାସୀ କରିଦେଲେ, ପହରିଆଙ୍କୁ ପଛରେ ରଖିଦେଲେ ା ଢ଼େକୁନପାନିରୁ ୫ କିଲୋମିଟର ଦୂର ଛତିଶଗଡ଼ ରାଜ୍ୟର ଗରିଆବନ୍ଧ ଜିଲା ପଣ୍ଡରିପାନି ଗ୍ରାମରେ ବି ପହରିଆ ଜାତିର ଲୋକେ ରହୁଛନ୍ତି। ସେଠାରେ ଢ଼େକୁନପାନିର ଝିଅ ବିବାହ କଲେ ସେ ଆଦିବାସୀ ହେଇଯାଏ, କିନ୍ତୁ ସେଠାରୁ ବୋହୂ ଆସିଲେ ଏଠାରେ ସେ ପଛୁଆ ବର୍ଗ(ଓବିସି) ମାନ୍ୟତା ପାଏ ବୋଲି କହନ୍ତି ଦିଶରୀ ବାଈ ା ଛତିଶଗଡ଼ ସହ ଓଡ଼ିଶା ସୀମାନ୍ତ ନୂଆପଡ଼ାବାସୀଙ୍କ ରୋଟି-ବେଟୀର ସମ୍ପର୍କ। ହେଲେ ସେଠାରେ ରହୁଥିବା ଏମାନଙ୍କ ସଂପର୍କୀୟମାନେ ଆଦିବାସୀ ଭାବେ ମୌଳିକ ସୁବିଧା ସୁଯୋଗ ପାଉଥିବା ବେଳେ ନୂଆପଡ଼ା ଜିଲାରେ ସମାନ ପହରିଆ ଜାତିର ଲୋକେ ପଛୁଆ ବର୍ଗରେ ରହିଛନ୍ତି।
ଘଞ୍ଚ ଜଙ୍ଗଲର ପ୍ରକୃତି କୋଳରେ କେଉଁ ଆଦିମକାଳରୁ ପହରିଆ ଜନଜାତିର ଲୋକେ ନୂଆପଡ଼ା ଜିଲା ସିନାପାଲି ବ୍ଲକ ଅନ୍ତର୍ଗତ ନଙ୍ଗଲବୋଡ଼, ଖଇରପଦର, ଘାଟମାଳ, ଝାରବନ୍ଧ, ନୂଆମାଲପଡ଼ା ଓ ମଖାପଦର ଗ୍ରାମ ଏବଂ କୋମନା ବ୍ଲକ ଅନ୍ତର୍ଗତ ସୁନାବେଡ଼ା ଆଦି ଅଞ୍ଚଳରେ ବସତି ସ୍ଥାପନ କରିଛନ୍ତି । ଏମାନେ ଜଙ୍ଗଲରୁ ବାଉଁଶ ସଂଗ୍ରହକରି ବିଭିନ୍ନ ସାମଗ୍ରୀ ତିଆରି କରିବାସହ ନିକଟସ୍ଥ ବଜାରରେ ବିକ୍ରିକରି ସେଥିରୁ ପରିବାର ପୋଷଣ କରନ୍ତି ବୋଲି ଗାଁର ମୋହନ ପହରିଆ କହନ୍ତି। ଦିନକୁ ଦିନ ଜଙ୍ଗଲରେ ବାଉଁଶ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ହେଉ ନ ଥିବା ବେଳେ ବାଉଁଶ ସାମଗ୍ରୀର ଚାହିଦା ବି ପୂର୍ବଭଳି ଆଉ ନାହିଁ । ତେଣୁ ଏବେ ପରିବାର ଚଳାଇବା କଷ୍ଟକର ହୋଇପଡ଼ିଛି ା ଏହି ଜନଜାତିର ଲୋକେ ଆଦିବାସୀ ମାନ୍ୟତା ପାଇବାକୁ ବାରମ୍ବାର କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଜଣାଇ ଆସୁଛନ୍ତି । କିନ୍ତୁ କୌଣସି ସୁଫଳ ମିଳିନାହିଁ ା ସ୍ଥାନୀୟ ଲୋକେ କହନ୍ତି, ପହରିଆ ଜଙ୍ଗଲଜମି ଅଧିକାର ନାହିଁ; ଅନ୍ୟ ସହାୟତାରୁ ସେମାନେ ବଞ୍ଚିତ। ଅପରପକ୍ଷେ ଛତିଶଗଡ଼ରେ ବିଶେଷ ଜନଜାତି ଭାବେ ମାନ୍ୟତା ପାଇଥିବା ପହରିଆଙ୍କ ବିକାଶ ଦିଗରେ ସେଠାକାର ସରକାର କାମ କରୁଛନ୍ତି। ଭୁଞ୍ଜିଆଙ୍କ ବିକାଶ ପାଇଁ ଓଡ଼ିଶା ସରକାର ସିବିଡିଏ ଗଠନ କରିଛନ୍ତି। ଫଳରେ ସେମାନେ ଶିକ୍ଷା, ସ୍ବାସ୍ଥ୍ୟ, କୃଷି ଭଳି ଯୋଜନାର ଲାଭ ପାଉଛନ୍ତି। କିନ୍ତୁ ପହରିଆ ଜନଜାତିଙ୍କ ପାଇଁ ସେଭଳି କିଛି ନାହିଁ ା ତେଣୁ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଥିବା ଜାତିଗତ ଓ ଯୋଜନାଗତ ବିଭେଦ ଦୂର କରାଯାଉ ବୋଲି ସାମଜିକ କର୍ମୀ ବୀର ଜଗତ ଦାବି କରିଛନ୍ତି ା

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories