କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ସାରା ଦେଶରେ ଚର୍ଚ୍ଚିତ ମାଓ ପ୍ରବଣ ଅପହଞ୍ଚ ଇଲାକାରେ ବ୍ଲକ ପ୍ରଶାସନ ତରଫରୁ ସ୍ୱାସ୍ଥ୍ୟ ଶିବିର, ବ୍ୟାଙ୍କରସମାନଙ୍କ ସଚେତନ ଷ୍ଟଲ, ମିଶନଶକ୍ତି ତରଫରୁ ଜୀବିକା ମିଶନ କାର୍ଯ୍ୟକ୍ରମ ସହ, ଜିଲ୍ଲାପାଳ ଓ ପୁଲିସ ଏସପିଙ୍କ ଜନଶୁଣାଣୀ ଆୟୋଜିତ ହୋଇଯାଇଛି।
ବଡ଼ବାଙ୍କି ଗ୍ରାମପଞ୍ଚାଏତ ସରପଞ୍ଚ ଡୋଳାମାଣି ବାଗ, ପଂଚାଏତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବରାଜ ତାଣ୍ଡି, ବ୍ଲକ ଗୋଷ୍ଠି ଉର୍ନୟନ ଅଧିକାରୀ ଦେବାଶିଷ ସାମଲଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ସମସ୍ତ ଆୟୋଜନ କରିଥିଲେ। ସ୍ୱାସ୍ଥ୍ୟ ଶିବିରକୁ ଜିଲ୍ଲାପାଳ ଚଞ୍ଚଳ ରାଣା ଉଦଘାଟନ କଲାପରେ, ଶିବିରରେ ୩୬୨ ଜଣ ପଞ୍ଜିକୃତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ଶିବିରରେ ରକ୍ତ ପରୀକ୍ଷା, ଚକ୍ଷୁ ପରୀକ୍ଷା, ସିକିଲ ସେଲ, ମ୍ୟାଲେରିଆ ସହ ମାଗଣା ଔଷଧ ବଣ୍ଟନ ଏବଂ ୧୫୦ ଜଣଙ୍କୁ କରୋନା ଟୀକା ଦିଆଯାଇଥିଲା।



