କଂଟାବାଞ୍ଜି: କଂଟାବାଞ୍ଜି ମହିଲା ଜନ କଲ୍ୟାଣ ସେବା ସମିତି ପକ୍ଷରୁ ଛତା ବଂଟନ କାର୍ଯ୍ୟକ୍ରମ କରାଯାଇଛି। ବର୍ତମାନ ବର୍ଷା ଋତୁ ହୋଇଥିବା ବେଳେ ଦିନ ମଜୁରିଆ, ଗରିବ ଶ୍ରେଣି ଏବଂ ଠେଲା କାମ କରୁଥିବା ଲୋକଙ୍କ ଛତା ବଂଟନ କରାଯାଇଥିବା ମହିଳା ଜନ କଲ୍ୟାଣ ସେବା ସମିତ ଅଧ୍ୟକ୍ଷା ପ୍ରିତି ଜୈନ ସୂଚନା ଦେଇଛନ୍ତି। ଆଗକୁ ମଧ୍ୟ ଏହି ସମିତି ଗରିବ ଅସହାୟମାନଙ୍କ ସେବା କରିବ ବୋଲି ମଧ୍ୟ ସେ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ସମିତିର ସିମା ଅଗ୍ରୱାଲ, ଜାନକି ଅଗ୍ରୱାଲ, ସନ୍ତୋଷ ଛାପଡିଆ, ରିଙ୍କି ଜୈନ ସହ ଅନ୍ୟ ସଦସ୍ୟାମାନେ ଉପସ୍ଥିତ ଥିଲେ।
Popular Categories



