କଣ୍ଟାବାଞ୍ଜି: ସ୍ଵେଚ୍ଛାସବୀ ସଂଗଠନ ମାରୱାଡ଼ି ଯୁବା ମଞ୍ଚ ବିକାଶ ଶାଖା କଣ୍ଟାବାଞ୍ଜି ପକ୍ଷରୁ ସ୍ଥାନୀୟ ସରକାରୀ ଡ଼ାକ୍ତରଖାନାରେ ନବଜାତ ଶିଶୁଙ୍କ ପାଇଁ ବେବି କୀଟ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସରକାରୀ ଡ଼ାକ୍ତରଖାନାରେ ଜନ୍ମଗ୍ରହଣ କରିଥିବା ସମସ୍ତ ଶିଶୁଙ୍କୁ ଏହି ବେବିକିଟ ମାଗଣା ଯୋଗାଇ ଦିଆଯିବ ବୋଲି ମାରୱାଡ଼ି ଯୁବା ମଞ୍ଚ ବିକାଶ ଶାଖା ତଫରୁ ସୂଚନା ମିଳିଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ଏନ୍ଏସି ଉପ ନଗରପାଳ ମନୋରମା ରାଉତ, ସମ୍ମାନୀତ ଅତିଥି ଭାବେ ମେଡିକାଲ ଅଫିସର ଡାକ୍ତର ଏସପିଡ଼ି ପଣ୍ଡା, ଶାଖା ସଭାପତି ଅନୁପ ଜୈନ, ସମ୍ପାଦକ ପୀୟୂଷ ଜିନ୍ଦଲ, ସଂଯୋଜକ ନିଖିଲ ଅଗ୍ରୱାଲ, ସହ ବଜରଙ୍ଗ ଜିନ୍ଦଲ, ଆଶିଷ ଖୈତାନ, ଅର୍ପଣ ଜୈନ, ସୁମିତ ଜୈନ, ମନୀଷ ଜୈନ, ରଜତ ଅଗ୍ରୱାଲ, ଆନନ୍ଦ ମୋଟେ ପ୍ରମୁଖ ଉପସ୍ଥିତ ଥିଲେ।
Popular Categories



