www.samajalive.in
Sunday, December 14, 2025
14.1 C
Bhubaneswar

ବୌଦ୍ଧରେ ବିଦ୍ୟୁତ ମହୋତ୍ସବ ପାଳିତ

ବୌଦ୍ଧ: ଆଜାଦୀ କା ଅମୃତ ମହୋତ୍ସବ ଉପଲକ୍ଷେ ସାରା ଦେଶର ପ୍ରତ୍ୟେକ ଜିଲାରେ ଉଜ୍ଜଳ ଭାରତ- ଉଜ୍ଜଳ ଭବିଷ୍ୟତ କାର୍ଯ୍ୟକ୍ରମ ପାଳନ କରାଯାଉଅଛି। ଏହି ପରିପ୍ରେକ୍ଷିରେ ବୌଦ୍ଧ ଟାଉନହଲଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଜିଲାପରିଷଦ ଅଧ୍ୟକ୍ଷା ପ୍ରଭାସିନୀ ଦାସ ଓ ଅନ୍ୟତମ ଅତିଥି ଭାବରେ ଜିଲାପାଳ ଲଲାଟେନ୍ଦୁ ମିଶ୍ର, ଅତିରିକ୍ତ ଜିଲାପାଳ ବିବିତାରାଣୀ ଦଳବେହେରା, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲାପରିଷଦ ଅଶ୍ୱିନୀ କୁମାର ମେହେର, ବୌଦ୍ଧ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ ପ୍ରମୁଖ ଯୋଗଦେଇ ବିଦ୍ୟୁତ ମହୋତ୍ସବ ପାଳନର ଆବଶ୍ୟକତା ଉପରେ ନିଜ ନିଜ ବକ୍ତବ୍ୟ ରଖିଥିଲେ।

ଆଜାଦୀକା ଅମୃତ ମହୋତ୍ସବ ଭାରତ ସରକାରଙ୍କ ଏକ ମହତ ପଦକ୍ଷେପ ଯାହାକି ସ୍ୱାଧୀନତାର ୭୫ବର୍ଷ ତଥା ଏହାର ଲୋକ ସଂସ୍କୃତି ଏବଂ ସଫଳତାର ଗୌରବମୟ ଇତିହାସକୁ ସ୍ମରଣୀୟ କରିବ। ଏହି ମହୋତ୍ସବ ଦେଶର ଲୋକମାନଙ୍କ ପାଇଁ ସମର୍ପିତ ,ଯେଉଁମାନେ କେବଳ ଭାରତକୁ ଏହାର ବିକାଶମୂଳକ ଯାତ୍ରାରେ ଆଣିବାରେ ସହାୟକ ହୋଇଛନ୍ତି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏହି ଉତ୍ସବର ଏକ ଅଂଶ ଭାବରେ ଶକ୍ତି ମନ୍ତ୍ରଣାଳୟ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ସହଯୋଗକୁ ପାଳନ କରିବା ପାଇଁ କାର୍ଯ୍ୟକ୍ରମ କରୁଛନ୍ତି ଏବଂ ଏହା ଉଜ୍ଜଳ ଭାରତ ଉଜ୍ଜଳ ଭବିଷ୍ୟତ ଅନ୍ତର୍ଗତ ବିଦ୍ୟୁତ କ୍ଷେତ୍ରର ପ୍ରମୁଖ ସଫଳତାକୁ ଆଲୋକିତ କରିଛନ୍ତି। ସରକାରଙ୍କ ନିରନ୍ତର ଉଦ୍ୟମ ଫଳରେ ଦେଶରେ ୧୬୯ ଗିଗା ୱାଟ୍‍ ବିଜୁଳି ଉତ୍ପାଦନ କ୍ଷମତା ଯୋଡି ହୋଇଛି, ଯାହାକି ଦେଶର ଶକ୍ତି ଅଭାବକୁ ଦୂର କରିବା କରିବା ସହିତ ବଳକା ଶକ୍ତିରେ ପରିଣତ କରିଛି। ଦେଶରେ ୧.୬ ଲକ୍ଷ କିଲୋମିଟର ଟ୍ରାନ୍ସମିସନ ଲାଇନ ଯୋଗ କରାଯାଇଛଇ। ସମଗ୍ର ଦେଶକୁ ଏକ ଗ୍ରିଡ ଏକ ଫ୍ରିକ୍ୟେୁନ୍ସି ସହିତ ସଂଯୋଗ କରି ଦୁନିଆଁର ସବୁଠାରୁ ବଡ ଏକିକୃତ ଗ୍ରୀଡ ଭାବରେ ସ୍ଥାପିତ ହୋଇପାରିଛି। ୨୦୧୮ ରେ ୧୦୦ ପ୍ରତିଶତ ଗ୍ରାମ୍ୟ ବିଦ୍ୟୁତିକରଣ ଏବଂ ୧୦୦ ପ୍ରତିଶତ ଘରୋଇ ବିଦ୍ୟୁତିକରଣ କରାଯିବାରେ ଲକ୍ଷ ହାସଲ କରାଯାଇଛି। ବ୍ୟବସ୍ଥାକୁ ସୁଦୃଢ ନିମନ୍ତେ ୨.୦୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରି ଗ୍ରାମାଞ୍ଚଳରେ ୨୦୧୫ ରେ ଥିବା ୧୨ ଘଂଟା ବିଦ୍ୟୁତ ଯୋଗାଣକୁ ବର୍ତମାନ ହାରାହାରି ୨୨.୫ ଘଂଟାକୁ ବୃଦ୍ଧି କରାଯାଇପାରିଛି। ଦୃତ ବେଗରେ ବୃଦ୍ଧି ପାଉଥିôବା ଅକ୍ଷୟ ଶକ୍ତି କ୍ଷମତା ୨୦୧୪ ରେ ଥିବା ୭୬ ଗିଗାୱାଟରୁ ବର୍ତମାନ ୧୬୦ ଗିଗାୱାଟ୍‍କୁ ଦ୍ୱିଗୁଣିତ ହୋଇଛି।

- Advertisement -

୨୦୨୧ ରେ ୪୦% ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷମତା ମିଶ୍ରଣ ହାସଲ କରି ଭାରତ ବିଶ୍ୱସ୍ତରରେ ୪ର୍ଥ ସ୍ଥାନ ପାଇବା ସହ ବିଦ୍ୟୁତ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇପାରିଛି। ଏହି ଅବସରରେ ବିଦ୍ୟୁତ ସୁରକ୍ଷା,ବିଦ୍ୟୁତ ସଂରକ୍ଷଣ, ଜଳବିଦ୍ୟୁତ ସୁରକ୍ଷା, ଉପରେ ପାୱାର ପଏଣ୍ଟ୍‍ ମାଧ୍ୟରେ ଚଳଚିତ୍ର ପ୍ରଦର୍ଶନ କରାଯାଇଥିବାବେଳେ ଗେହ୍ଲାମା କଳାନିକେତନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଶେଷରେ ବିଦ୍ୟୁତ ବିଭାଗର ନିର୍ବାହୀ ଯନ୍ତ୍ରୀ ଅଶୋକ କୁମାର ରାଉତ ଧନ୍ୟବାଦ ପ୍ରଦାନ କରିଥିବାବେଳେ ଶିକ୍ଷକ ପ୍ରମୋଦ କୁମାର ପ୍ରଧାନ ମଂଚ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ପାୱାର ଗ୍ରୀଡ, ଓପିଟିସିଏଲ ଏବଂ ଟିପିଏସଓଡିଏଲ ର ଅଧିକାରୀଗଣ ସକ୍ରିୟ ସହଯୋଗ କରିଥିଲେ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories