ସୋପାନ ଯୋଜନା ଉପରେ ଆଲୋଚନା ଅନୁଷ୍ଠିତ
କଣ୍ଟାବାଞ୍ଜି: ଓଡିଶା ସରକାରଙ୍କ ସମନ୍ବିତ ଶିଶୁ ବିକାଶ ବିଭାଗ ତରଫରୁ ଚାଲିଥିବା ସୋପାନ ଯୋଜନାଉପରେ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ତୁରେକେଲା ବ୍ଳକ୍ ଅନ୍ତର୍ଗତ ଚଟୁଅନକା ଗ୍ରାମ ପଞ୍ଚାୟତର ଅଙ୍ଗନବାଡ଼ି ଖ କେନ୍ଦ୍ରରେ ଅନୁଷ୍ଠିତ ଆଲୋଚନା ସଭାରେ ଜୁନିୟର ରେଡ଼କ୍ରସ ପରାମର୍ଶ ଦାତା ତଥା ରକ୍ଷକ ଶ୍ରୀ ବିରଞ୍ଚି ନାରାୟଣ ଦାଶ ଅତିଥି ଭାବରେ ଯୋଗ ଦେଇଥିଲେ । ସୋପାନ ଯୋଜନାରେ ଗର୍ଭବତୀ ମାଆ ଓ କିଶୋରୀ ବାଳିକା ମାନଙ୍କୁ ପ୍ରତି ଶନିବାର ସିଝା ଅଣ୍ଡା ଓ ଲେମ୍ବୁ ପାଣି ଦେବାର ବ୍ୟବସ୍ଥା ଉପରେ ଶ୍ରୀ ଦାଶ ଆଲୋକପାତ କରିଥିଲେ । ଉଭୟ ସୁଷମ ଖାଦ୍ୟ ଖାଇଲେହିଁ ଏକ ସୁସ୍ଥ ସୁନ୍ଦର ସମାଜ ଗଠିତ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଙ୍ଗନବାଡ଼ି କର୍ମୀ ସଙ୍ଗୀତା ବଏ ଉଦ୍ଦେଶ୍ୟ ଜ୍ଞାପନ କରିବା ସହ କୁମୁଦିନୀ ମାଝୀ, ଜୟକାନ୍ତୀ ମାଝୀ ଆଦି ସହଯୋଗ କରିଥିଲେ।
Comments are closed.