ଡଙ୍ଗାମରା ଗାଁରୁ ଚୋରି ସାମଗ୍ରୀ ଜବତ ଘଟଣା: ଜେଲ ଗଲେ ମୁଖ୍ୟ ଅଭିଯୁକ୍ତଙ୍କ ପରିବାର

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ଥାନା ଡଙ୍ଗାମରା ଗାଁ ସଦାଶିବ ବନଛୋରଙ୍କ ଘରେ ଚୋରି ସାମଗ୍ରୀ ଉଦ୍ଧାର ଘଟଣାରେ ୪ ଜଣଙ୍କୁ ଗିରଫ କଲା କଂଟାବାଞ୍ଜି ପୁଲିସ। ଗିରଫ ୪ ଜଣ ହେଲେ କୁଖ୍ୟାତ ଚୋର ସଦାଶିବ ବନଛୋରଙ୍କ ବାପା ଗଣେଶ ବନଛୋର (୫୭), ମାଆ ତୁଲସା ବନଛୋର(୫୦), ସ୍ତ୍ରୀ କୁମାରୀ ବନଛୋର (୧୯), ଭଉଣୀ ତପସ୍ୱିନୀ ବନଛୋର(୨୧)। ଗିରଫ ୪ ଜଣଙ୍କୁ କଂଟାବାଞ୍ଜି ଜେଏମଏଫସି କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଂଜୁର ହେବା ଯୋଗୁ ତାଙ୍କୁ ବିଚାର ବିଭାଗୟ ହାଜତକୁ ପଠାଇ ଦିଆଯାଇଛି।

prayash

ଫେବୃଆରୀ୨୬ ତାରିଖ କଂଟାବାଞ୍ଜି ପୁଲିସ କୌଣସି ସୁତ୍ରରୁ ଖବର ପାଇ ଡଙ୍ଗାମରା ଗାଁରେ ସତାଶିବ ବନଛୋରଙ୍କ ଘରେ ଚଢାଉ କରିଥିଲା। ଚଢାଉ ସମୟରେ ଯାହା ମିଳିଥିଲା ତାହା ଦେଖି ପୁଲିସ ତାଜୁବ ହୋଇଯାଇଥିଲା। ଆଖ ପାଖ ଥାନାରେ ଚୋରି ଅଭିଯୋଗ ହୋଇଥିଲା। ପ୍ରାୟ ଚୋରି ସାମାଗ୍ରୀ ସଦାଶିବଙ୍କ ଘରୁ ପୁଲିସ ଜବତ କରିଥିଲା। ଚୋରି ସାମଗ୍ରୀର ପରିମାଣ ଏତେ ଥିଲା ଯେ ପୁଲିସକୁ ତାକୁ ଜବତ କରି ଥାନାକୁ ନେବାକୁ ଦୁଇରୁ ତିନିଟି ଚାରି ଚକିଆ ଗାଡି ଭଡା କରିବାକୁ ପଡିଥିଲା। ଦାମି କ୍ୟାମେରା, କମ୍ପୁଟର, ଲ୍ୟାପଟପ, ପ୍ରିଣ୍ଟର, ଲୁହା ଛଡ, ଚାଉଳ, ଡାଲି, ଦାମୀ ଆସାବପତ୍ର , ମୋଟର ସାଇକେଲ, ଜେନେରେଟର ଭଲି ପ୍ରାୟ ୨୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ସାମଗ୍ରୀ ଜବତ ହୋଇଥିଲା । ସେହି ସମୟରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ବର୍ତମାନ ମଧ୍ୟ ମୁଖ୍ୟ ଅଭିଯୁକ୍ତ ସଦାଶିବ ଫେରାର ହୋଇଥିବା ବେଳେ ତାର ପରିବାରର ୪ଜଣଙ୍କୁ ଏହି ମାମଲାରେ ସଂପୃକ୍ତ ଥିବା ଯୋଗୁ ଗିରଫ କରି କୋର୍ଟ ଚାଲାଣ କରିଥିବା ପୁଲିସ କଂଟାବାଞ୍ଜି ଏସଡିପିଓ ହୃଷୀକେଶ ମେହେର ସୂଚନା ଦେଇଛନ୍ତି।

kalyan agarbati

Comments are closed.