ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କୁ କାର୍ୟ୍ୟାଦେଶ ବଣ୍ଟନ
କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ବିଜ୍ଞାପିତ ଅଞ୍ଚଳ ପରିଷଦର ୧୬୧ଜଣ ହିତାଧିକାରୀଙ୍କୁ କାର୍ୟ୍ୟାଦେଶ ବଣ୍ଟନ କରାଯାଇଛି । ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଥିବା ସ୍ଥାନୀୟ ବିଧାୟକ ସନ୍ତୋଷ ସିଂ ସାଲୁଜା ଦ୍ୱାରା ବଣ୍ଟନ ଶୁଭାରମ୍ଭ କରାଯାଇଥିଲା । ଏହି ଉପଲକ୍ଷେ ପରିଷଦର କନଫରେନ୍ସ ହଲରେ ଆୟୋଜିତ ସଭାରେ ନବନିର୍ବାଚିତ ନଗରପାଳ ବରିୟାମ ସିଂ ସାଲୁଜା, କାର୍ୟ୍ୟନିର୍ବାହୀ ଅଧିକାରୀ ନିରଞ୍ଜନ ଧଳ, ଉପାଧ୍ୟାକ୍ଷା ମନୋରମା ରାଉତ, ଏମ. ଇ ଅଶୋକ ପଟନାୟକ,ରଶ୍ମି ରଞ୍ଜନ ପଟନାୟକ ,ଚନ୍ଦ୍ରଶେଖର ଭୋଇ, ବିଭିନ୍ନ ୱାର୍ଡ କାଉନସିଲର ଓ ପରିଷଦ କର୍ମଚାରୀ ଉପସ୍ଥିତ ଥିଲେ।
Comments are closed.