କଣ୍ଟାବାଞ୍ଜି ଡାକ୍ତରଖାନା ଅବ୍ୟବସ୍ଥା ପ୍ରତିବାଦରେ ପ୍ରେସ କ୍ଲବ ପକ୍ଷରୁ ଅନଶନ
କଣ୍ଟାବାଞ୍ଜି : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଡାକ୍ତରଖାନା ଅବ୍ୟବସ୍ଥା ଦେଇ ଗତି କରୁଛି । ଡାକ୍ତରଖାନାର ବିଭିନ୍ନ ସମସ୍ୟାର ସମାଧାନ ଦାବି କରି କଣ୍ଟାବାଞ୍ଜି ପ୍ରେସ କ୍ଲବ ପକ୍ଷରୁ ଗତ କିଛି ମାସ ପୁର୍ବରୁ ତହସିଲଦାର ସମିର ବେହେରାଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଦାବି ପୁରଣ ନହେଲେ ଆଗକୁ ଆନ୍ଦୋଳନ କରାଯିବ ବୋଲି ମଧ୍ୟ ଦାବିପତ୍ରରେ ଉଲ୍ଲେଖ କରାଯାଇଥିଲା। ତେବେ ଦାବି ପୂରଣ ନହେବା ଯୋଗୁ ସୋମବାର ପ୍ରେସ କ୍ଲବର ସଦସ୍ୟମାନେ ଡାକ୍ତରଖାନା ସମ୍ମୁଖରେ ଅନଶନରେ ବସିଛନ୍ତି। ଏହି ଆନ୍ଦୋଳନକୁ ବିଭିନ୍ନ ସଂଗଠନ ସମର୍ଥନ କରିଛନ୍ତି।
କଣ୍ଟାବାଞ୍ଜି ଡାକ୍ତରଖାନାରେ କାର୍ଯ୍ୟରତ ୨ ଡାକ୍ତରଙ୍କ ବଦଳି ଆଦେଶ ଆସିଛି। ଆବଶ୍ୟକ ସଂଖ୍ୟା ଠାରୁ ଡାକ୍ତର କମ ଥିବା ବେଳେ ଏଭଳି ସ୍ଥିତିରେ ଡାକ୍ତରଙ୍କ ବଦଳିକୁ ପ୍ରେସ କ୍ଲବ ଦୃଢ ନିନ୍ଦା କରିଛି। ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତର ଏବଂ ଅନ୍ୟ କର୍ମଚାରୀ ମାନେ ବାଓମେଟ୍ରିକ ଉପସ୍ଥାପନ ଦେବା ସହ ୟୁନିଫର୍ମ ପରିଧାନ କରିବା। ଡାକ୍ତରଖାନାକୁ ନୂଆ ଡିଜିଟାଲ ଏକ୍ସରେ ମେସିନ ଆସିଥିବା ବେଳେ ତାହା ରୋଗୀଙ୍କ କାମରେ ଆସୁନାହିଁ। ତାହା ଶୀଘ୍ର ରୋଗୀଙ୍କ କାମରେ ଯେମିତି ଆସିବ ତାର ବ୍ୟବସ୍ଥା କରିବା, ନିରାମୟ ଏବଂ ନିଦାନ ୨୪ ଘଂଟିଆ ସେବା ପ୍ରଦାନ କରିବା । ଡାକ୍ତରଖାନାରେ ଖାଲି ଥିବା ସମସ୍ତ ପଦବି ପୁରଣ କରିବା, ମହିଳା ଶିଶୁ ବିଶେଷଜ୍ଞ ଡାକ୍ତର ପ୍ରତ୍ୟେକ ଦିନ ଆଉଟଡୋରରେ ବସି ରୋଗି ସେବା ପ୍ରଦାନ କରିବା। ସକାଳ ଏବଂ ସଂନ୍ଧ୍ୟା ସମୟରେ ଡାକ୍ତର ମାନେ ରାଉଣ୍ଡ କରି ଇନଡୋରରେ ଥିବା ରୋଗୀଙ୍କୁ ସେବା ପ୍ରଦାନ କରିବା। ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର କଣ୍ଟାବାଞ୍ଜି ଡାକ୍ତରଖାନାକୁ ଉପଖଣ୍ଡ ଡାକ୍ତରଖାନାର ମାନ୍ୟତା ପ୍ରଦାନ କରିବା । ଏମ୍ସିଏଚରେ ଦେଖାଯାଉଥିବା ଅବ୍ୟବସ୍ଥା ସୁଧାର କରିବା, ଲେବର ରୁମ ଏବଂ ଡ୍ରେସିଙ୍ଗ ରୁମରେ ବ୍ୟାପକ ଅର୍ଥ କାରବାର ହେଉଛି, ରୋଗୀଙ୍କ ଠାରୁ କାମ ନାଁରେ ନେଉଥିବା ଯଙ୍କା ବନ୍ଦ କରିବା ସହ ଏହି କାରବାରରେ ସଂପୃକ୍ତ ଥିବା କର୍ମଚାରୀ ଓ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନେବା ଲାଗି ପ୍ରେସ କ୍ଲବ ଦାବି କରିଛି । ଏହି ଆନ୍ଦୋଳନରେ ପ୍ରେସ କ୍ଲବ ସଭାପତି ପ୍ରଭଜିତ ସିଂ ସାଲୁଜାଙ୍କ ନେତୃତ୍ୱରେ ସଂପାଦକ ଯୁଗଳ କିଶୋର ଶବର, କାର୍ଯ୍ୟକାରୀ ସଭାପତି ସୁରଦାସ ବାଗ, ମନୋଜ ଶର୍ମା, ରଶ୍ମି ରଂଜନ ପୁଟେଲ, ଦୀପକ ଯାଦବ ତୁଲସିରାମ ଜଗତ, ହନି ସିଂ, ସଂଗଠନ ସହ ସଂପାଦକ ରୋହନ ମହତ, ସହ ସଂପାଦକ ବିସିକେଶନ ମାଝି, କାର୍ଯ୍ୟକାରୀ ସଦସ୍ୟ ଦିପକ ଯାଦବ, ଆଶିଷ ଖଇତାନ, ଆନନ୍ଦ ମୋଟେ, ପ୍ରମୁଖ ଆନ୍ଦୋଳନରେ ବସିଥିବା ବେଳେ ସମାଜସେବୀ ବିଜୟ ବଂଶଳ, ଆଇନଜୀବୀ ବିଷ୍ଣୁ ପ୍ରସାଦ ଶର୍ମା, ମନୋହରଲାଲ ଅଗ୍ରୱାଲ ପ୍ରମୁଖ ଯୋଗଦେଇ ଏହି ଅନଶନ କାରୀଙ୍କୁ ସମର୍ଥନ କରିବା ସହ ନିଜ ନିଜର ବକ୍ତବ୍ୟ ରଖିଥିଲ।
Comments are closed.