www.samajalive.in
Sunday, December 7, 2025
14.1 C
Bhubaneswar

କଂଟାବାଂଜିରେ କଡାକଡିଭାବେ ପାଳନ ହେଉଛି ସଟ ଡାଉନ, ଟିକିନିଖି ଯାଞ୍ଚ କରୁଛି ପୁଲିସ

କଂଟାବାଂଜି : ରାଜ୍ୟ ସରକାରଙ୍କ କୋଭିଡ ସଂକ୍ରମଣ ରୋକିବା ପାଇଁ ସାରା ରାଜ୍ୟରେ ଦୁଇ ଦିନିଆ ଶନିବାର ଓ ରବିବାର ସଟ ଡାଉନ ଘୋଷଣା ଜୁନ ମାସର ୩୦ ତାରିଖ ଯାଏ ଘୋଷଣା କରିଛନ୍ତି। ଏହି ପରିପ୍ରେକ୍ଷିରେ କଂଟାବାଂଜିରେ ମଧ୍ୟ ଦ୍ୱିତୀୟ ସଟ ଡାଉନର ଶନିବାର ଦିନ କଡାକଡି ଭାବେ ପାଳନ କରାଯାଇଛି। ଏପରିକି ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା। ଜରୁରୀ କାଳିନ ସେବା ମଧ୍ୟରେ ଔଷଧ ଦୋକାନ,ଜନସ୍ୱାସ୍ଥ୍ୟ ସେବା,ଅଗ୍ନୀଶମସେବା ସଂସ୍ଥା ସହିତ ଡେଲିଭରି ସେବା ଜାରୀ ରହିଛି। ସହରର ମୂଖ୍ୟ ବାଣିଜ୍ୟ କେନ୍ଦ୍ର ଇନ୍ଦିରା ଛକ ନିକଟରେ କଂଟାବାଂଜି ପୁଲିସଦ୍ୱାରା କଡାକଡି ଯାଞ୍ଚ କରାଯାଇ ପାସ ନ ଥିବା ଗାଡି ଏବଂ ଆବଶ୍ୟକ କାମ ନ ଥାଇ ଯାତାୟତ କରୁଥିବା ବ୍ୟକ୍ତିଙ୍କୁ ପୋଲିସ ତାଗିଦ କରି ଫାଇନ ମଧ୍ୟ ଅସୁଲି କରିଛି। ଯାତାୟତ ବେଳେ ମାସ୍କ ପିନ୍ଧି ନ ଥିବା ଗାଡି ଚାଲକ,ବ୍ୟକ୍ତି ଏବଂ ଚାରି ଚକିଆ ଯାନରେ ବସିଥିବା ଯାତ୍ରୀମାନଙ୍କ ସାମାଜିକ ଦୂରତା ନ ଥିଲେ ସେମାନଙ୍କୁଠାରୁ ମଧ୍ୟ ଫାଇନ ଅସୁଲି କରାଯାଇଛି। ଏହି ସଟ ଡାଉନକୁ କଡାକଡିଭାବେ ପାଳନ କରିବା ନେଇ କଂଟାବାଂଜି ପୁଲିସ ଏସ.ଡି.ପି.ଓ. ସରୋଜ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଥାନା ଆଇ.ଆଇ.ସି. ସତ୍ୟଜିତ କାଣ୍ଡେଲକର,ଏ.ଏସ.ଆଇ. ପଞ୍ଚାନନ ଖୁଆସ, ଏ.ଏସ.ଆଇ.ଭଗବତ ପ୍ରସାଦ ସାଏ, ଏ.ଏସ.ଆଇ.ଗଂଗାଧର ମଲ୍ଲିକ ସହ ଓ.ଏସ.ଏ.ପି.ବାଟାଲିୟନ ଏକ ପ୍ଲାଟୁନ ଏବଂ ପୁଲିସ କର୍ମଚାରୀ ସହରର ରାଜିବ ଛକ,ଶାସ୍ତ୍ରୀ ଛକ,ଭଜନ ଛକ,ଚୈତନ୍ୟ ପ୍ରଧାନ ଛକ ଏବଂ ସହରର ମୂଖ୍ୟ ଦ୍ୱାର ଚଟୁଅନକା,ତୁରେକେଲା, ବଙ୍ଗୋମୁଣ୍ଡା ଓ ଗୁଡିଘାଟ ରାସ୍ତାକୁ ମଧ୍ୟ ସିଲ କରାଯାଇଛି।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories