ଗାଈ ଆକ୍ରମଣରେ ଯୁବକ ଗୁରୁତର

କଣ୍ଟାବାଞ୍ଜି – କଣ୍ଟାବାଞ୍ଜି ବସ ଷ୍ଟାଣ୍ଡ ଅଞ୍ଚଳ ରେ ବୁଲୁଥିବା ଏକ କଳା ରଙ୍ଗର ଗାଈ ଆକ୍ରମଣ ରେ ଜଣେ ଯୁବକ ଗୁରୁତର । ଆହତ ଯୁବକ କଣ୍ଟାବାଞ୍ଜି ଡାକ୍ତରଖାନା ରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ଏହି କାଳିଗାଈ କୁ ଵିଜ୍ଞାପିତ ଅଞ୍ଚଳ ପରିଷଦ ଅଧକ୍ଷ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରାଣୀ ଚିକିତ୍ସା ଅଧିକାରୀ ଓ କର୍ମଚାରୀ ମାନେ ରଶି ସାହାଯ୍ୟ ବାନ୍ଧିବା ସହ ଏକ ଗୋଶାଳା ରେ ଛାଡିଛନ୍ତି । ବିଜ୍ଞାପିତ ଅଞ୍ଚଳର କାର୍ଯ୍ୟ ନିର୍ବାହୀ ଅଧିକାରୀ ନିରଞ୍ଜନ ଧଳ ଏ ବିଷୟରେ ସୂଚନା ଦେଇଛନ୍ତି ।



ଏହା ପୂର୍ବରୁ କାଳୀ ଗାଈଟି ଜଣେ ମହିଳା ଙ୍କ ସହ କିଛି ଲୋକଙ୍କୁ ଆକ୍ରମଣ କରିସାରିଛି । ଗୁରୁବାର ଭୋର ୫ଟା ବେଳେ କଣ୍ଟାବାଞ୍ଜି ବାହାରୁ ଆସି ବସ୍‌ ଷ୍ଟାଣ୍ଡ ରେ ଛିଡା ହୋଇଥିବା ବେଳେ, ଗାଈଟି ହଟାତ ଯୁବକଜଣକୁ ଗୁଡେଇ ଟୁଡ଼େଇ ଆକ୍ରମଣ କରିଥିଲା. ଯୁବକ ର ମୁଣ୍ଡ ଓ ଦେହର କିଛି ଅଂଶ ଗଭୀର କ୍ଷତ ହୋଇଥିବା ଜଣା ପଡିଛି ।

Comments are closed.