ନିର୍ବାଚନ ପାଖେଇ ଆସୁଥିବାରୁ କଣ୍ଟାବାଞ୍ଜି ରାଜନୀତି ହଲଚଲ

ଭୂବନେଶ୍ୱର: ଓଡିଶା ରାଜ୍ୟ ରାଜନୀତିରେ କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀ ସବୁବେଳେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଆସିଛି। ଏଣୁ ସବୁ ରାଜନୈତିକ ଦଳର ନଜର ଏହି ନିର୍ବାଚନ ମଣ୍ଡଳୀରେ ସବୁବେଳେ ରହିଥାଏ। କିନ୍ତୁ ଆଗାମୀ ୨୦୨୪ମସିହା ନିର୍ବାଚନରେ ଲୋକେ ବିଜେଡିର ବିଧାୟକ ପ୍ରାର୍ଥୀରୂପେ ଏକ ନୂଆ ଚେହେରାର ଅନ୍ୱେଷଣରେ ଥିବାର ଅନୁମାନ କରାଯାଏ, ଯେହେତୁ ଗତ ୨୦୧୯ମସିହା ନିର୍ବାଚନରେ ବିଜେଡି ଧରାଶାୟୀ ହୋଇଥିଲା, ଏଣୁ ଆଗାମୀ ନିର୍ବାଚନରେ ବିଜେଡିର ବିଧାୟକ ପ୍ରାର୍ଥୀରୂପେ ନୂଆ ମୁହଁ ଶ୍ରୀ ହଂସରାଜ ଜୈନ ଯିଏକି ପଶ୍ଚିମ ଓଡିଶା ବିକାଶ ପରିଷଦର ସଦସ୍ୟ ଥିବା ସହ ପୂର୍ବତନ ବ୍ଲକ ଅଧ୍ୟକ୍ଷ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ, ଓଡିଶା ବିଜେଡି ରାଜ୍ୟ ସମ୍ପାଦକ ପରି ଅନେକ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହି ଅନେକ ଲୋକହିତକର କାର୍ଯ୍ୟ କରିଆସୁଛନ୍ତି ଯେପରି ସେ ଅଂଚଳରେ ଥିବା ବିଦ୍ୟାଳୟ, ମହାବିଦ୍ୟାଳୟର ଉନ୍ନତିକରଣ କରିବା ସହ ଏହାର ସୁବିଧା ଅସୁବିଧା ବୁଝିବା, ବିଦ୍ୟୁତ୍ ଟ୍ରାନ୍ସମିଟର ବସେଇବା, ରାସ୍ତାଘାଟ ଉନ୍ନତିକରଣ ସହ ନୂଆ ରାସ୍ତା ନିର୍ମାଣ କରିବା, ପୋଖରୀ ଏବଂ କେନାଲ ଆଦିର ପୁନରୁଦ୍ଧାର କରିବା, ନଦୀର ଦୁଇପାଶ୍ୱର୍ର ଉନ୍ନତିକରଣ କରିବା, ନାଳ ନର୍ଦ୍ଦମା ପରିଷ୍କାର କରିବା ତଥା ବର୍ଷା ଜଳ ନିଷ୍କାସନ ପାଇଁ ଡ୍ରେନେଜ୍ ବ୍ୟବସ୍ଥା କରିବା, ହାଟର ଉନ୍ନତିକରଣ କରିବା ସହ ଏହାର ରକ୍ଷଣାବେକ୍ଷଣ କରିବା, ଜନସାଧାରଣଙ୍କ ସହ ମିଶି ବିଭିନ୍ନ ପର୍ବପର୍ବାଣୀ ପାଳନ କରିବା ସହ ସେମାନଙ୍କୁ ଯଥୋଚିତ ଆର୍ଥିକ ସାହାଯ୍ୟ କରିବା, ଜଙ୍ଗଲର ସୁରକ୍ଷା କରିବା ସହ ଗଛ ଲଗାଇ ନୂତନ ଜଙ୍ଗଲ ସୃଷ୍ଟି କରିବା , ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ କରିବା, ବ୍ଲକର ଦାୟିତ୍ୱ ସୁଚାରୁରୂପେ ତୁଲାଇବା, ନିର୍ବାଚନ ମଣ୍ଡଳୀର ସମସ୍ତ ଲୋକଙ୍କର ଭଲମନ୍ଦ ଖବର ବୁଝିବା ସହ ତାଙ୍କ ସମସ୍ୟାର ସମାଧାନ କରିବା, ପାନୀୟଜଳ ଯୋଗାଣର ସୁବନ୍ଦୋବସ୍ତ କରିବା, ଜନସାଧାରଣମାନେ କିପରି ସୁବିଧାରେ ଡାକ୍ତରଖାନାରେ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ପାଇ ପାରିବେ ତାହାର ସୁବନ୍ଦୋବସ୍ତ କରିବା, ନିର୍ବାଚନ ମଣ୍ଡଳୀରେ ବସବାସକରୁଥିବା ଲୋକମାନଙ୍କୁ ଆଇନଗତ ସେବା ଯୋଗାଇ ଦେବାରେ ସହଯୋଗ କରିବା ଏବଂ ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି ପାଇଁ ସରକାରଙ୍କ ବିଭିନ୍ନ ବିଭାଗର ଅଫିସରଙ୍କ ସହ ଉତମ ବୁଝାମଣା କରି ନିର୍ବାଚନ ମଣ୍ଡଳୀର ବିଭିନ୍ନ ଜନହିତକର କାର୍ଯ୍ୟରେ ସହଯୋଗ କରିବା। ଏଥିସହ ସେ ଶହ ଶହ ଜନହିତକର ସାମାଜିକ ସଙ୍ଗଠନରେ ଜଡିତ ଥିବା ଏକ ବିଶିଷ୍ଟ ବ୍ୟକ୍ତିବିଶେଷ ଅଟନ୍ତି। ତାଙ୍କର ବିଗତ ଦିନକୁ ଲକ୍ଷ୍ୟକଲେ ଆମେ ସମସ୍ତେ ଅନୁମାନ କରିପାରିବା ତାଙ୍କର ରାଜନୈତିକ ପ୍ରତିଭା ବିଷୟରେ। ଶ୍ରୀ ଜୈନ ମହୋଦୟ ନିଜର ରାଜନୈତିକ ଜୀବନ ଆରମ୍ଭ କରନ୍ତି ବିଗତ୨୬ବର୍ଷ ପୂର୍ବରୁ।

ସେ ୧୯୯୭ରୁ ୨୦୦୨ପର୍ଯ୍ୟନ୍ତ ମୁରିବାହାଲ ବ୍ଲକ ଅଧ୍ୟକ୍ଷ, ୨୦୦୨ରୁ ୨୦୦୭ ପର୍ଯ୍ୟନ୍ତ ବଲାଙ୍ଗୀର ଜିଲ୍ଲା ଜୋନ୍ ନମ୍ବର ୨୯ର ଜିଲ୍ଲାପରିଷଦ ସଦସ୍ୟ ଏବଂ ୨୦୧୨ ରୁ ୨୦୧୭ ପର୍ଯ୍ୟନ୍ତ ମୁରିବାହାଲ ବ୍ଲକ୍ ଉପାଧ୍ୟକ୍ଷ(ଅଧ୍ୟକ୍ଷା ତାଙ୍କ ସହଧର୍ମିଣୀ ଶ୍ରୀମତୀ ଲଳିତା ଦେବୀ ଜୈନ। ସେ ପୁଣିଥରେ ୨୦୧୭ରୁ ୨୦୨୨ପର୍ଯ୍ୟନ୍ତ ମୁରିବାହାଲର ବ୍ଲକ ଅଧ୍ୟକ୍ଷ ଥିଲେ। ୨୦୨୨ରୁ ପରିବାରରୁ ତିନିଜଣ ସମିତି ମେମ୍ବର ଅଛନ୍ତି। ଏବେ ସେ ପଶ୍ଚିମ ଓଡିଶା ବିକାଶ ପରିଷଦର ସଦସ୍ୟ ଅଛନ୍ତି। ଏତଦ୍ ବ୍ୟତୀତ ସେ ଶହ ଶହ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସକ୍ରିୟ କର୍ମକର୍ତା ଭାବେ ଅଧିଷ୍ଠିତ ରହି ବହୁ ଜନହିତକର କାର୍ଯ୍ୟ କରିଛନ୍ତି। ତାଙ୍କର ରାଜନୈତିକ କ୍ୟାରିୟର ଏବଂ ନିର୍ବାଚନ ମଣ୍ଡଳୀ ସ୍ତରରେ ଲୋକ ସମ୍ପର୍କକୁ ଦେଖିଲେ ଯେ କେହି ମଧ୍ୟ ଅନୁପ୍ରାଣୀତ ହେବାରେ ଏଥିରେ ତିଳେ ମାତ୍ର ଅବକାଶ ନାହିଁ। ଅନେକ ବୁଦ୍ଧିଜିବୀ ବହୁ କଳ୍ପନା ଜଳ୍ପନା ଆରମ୍ଭ କରିଦେଲେଣି ଯେ, ଆଗାମୀ ନିର୍ବାଚନରେ ଶ୍ରୀଜୈନ ମହୋଦୟଙ୍କୁ ବିଜେଡି ପ୍ରାର୍ଥୀ କରାଗଲେ ବହୁ ଭୋଟ୍ ବ୍ୟବଧାନରେ ନିଶ୍ଚୟ ବିଜୟୀ ହେବେ। ଏହି କଥା ନିର୍ବାଚନ ମଣ୍ଡଳୀର ସମସ୍ତ ମହଲରେ ମୁଖ୍ୟ ପ୍ରସଙ୍ଗ ହୋଇସାରିଛି। ଏଣୁ ଆଗାମୀ ୨୦୨୪ ନିର୍ବାଚନରେ ତାଙ୍କୁ ବିଜେଡିର ବିଧାୟକ ପ୍ରାର୍ଥୀ କରାଗଲେ ସେ ଏକ ତରଫା ଭାବେ ବିଜୟୀ ହେବେ ବୋଲି ସମ୍ପୂର୍ଣ୍ଣ ଆଶା କରାଯାଇପାରେ।

Comments are closed.