ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ, ରାସ୍ତାରେ ଶିଶୁ କନ୍ୟାଙ୍କୁ ଜନ୍ମ ଦେଲେ ମହିଳା

କନ୍ଧମାଳ : ରାଜ୍ୟରେ ବାରମ୍ବାର ଜନନୀ ଯନ୍ତ୍ରଣା ଦେଖିବାକୁ ମିଳୁଛି। ରାସ୍ତା କଡରେ ଜଣେ ପ୍ରସୂତି ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି । ସୂଚନାଯୋଗ୍ୟ, କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ତାଜୁଙ୍ଗିଆ ପଞ୍ଚାୟତ ଡ଼ୁବୁରି ଗାଁରେ ଜଣେ ମହିଳା ପ୍ରସୂତି ଜନ୍ତ୍ରଣା ଅନୁଭବ କରିଥିଲେ । ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ପହଞ୍ଚି ପାରିନଥିଲା। ଫଳରେ ପରିବାର ଲୋକେ ପ୍ରସୂତିଙ୍କୁ ପ୍ରାୟ ଦେଢ କିମି ଦୋଳାରେ ବୋହି ନେଇ ମେଡ଼ିକାଲ ଯାଇଥିଲେ । କିନ୍ତୁ ମେଡିକାଲରେ ପହଞ୍ଚିବା ପୂର୍ବରୁ ଏକ ପାହାଡି ରାସ୍ତା କଡରେ ପ୍ରସୂତି ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି । ପ୍ରସବ ପରେ ମହିଳାଙ୍କୁ ହସ୍ପିଟାଲ ନିଆଯାଇଥିଲା। ବର୍ତ୍ତମାନ ମା’ ଓ ଶିଶୁଙ୍କ ଅବସ୍ଥା ସୁସ୍ଥ ଥିବା ସୂଚନା ମିଳିଛି।

Comments are closed.