www.samajalive.in
Monday, December 15, 2025
24.1 C
Bhubaneswar

କାମାକ୍ଷାନଗର ନାଗରିକ ସମାଜ ସେବା ବୈଠକ

କାମାକ୍ଷାନଗର: କାମାକ୍ଷାନଗର ନାଗରିକ ସମାଜର ବାର୍ଷିକ ବୈଠକ ଆନନ୍ତପୁର ସ୍ଥିତ ରାମମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି l ବରିଷ୍ଠ ସଦସ୍ୟ ଅଦେଇତ ପ୍ରସାଦ ଶତପଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇ ଅଞ୍ଚଳର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରି ତାହାର ସମଧାନ କରିବା ସକାଶେ ପଦକ୍ଷେପ ନେବାକୁ ସ୍ଥିର କରାଯାଇଛି l ଏଥିରେ ମୁଖ୍ୟତଃ ଉପଖଣ୍ଡ ଡାକ୍ତରଖାନାରେ ରହିଥିବା ଡାକ୍ତର ସମସ୍ୟା ଓ ଚିକିତ୍ସାରେ ଅବ୍ୟବସ୍ଥା, ସହର ମଧ୍ୟ ଦେଇ ଯାଇଥିବା ରାସ୍ତାର ସମସ୍ୟା ।

ଭାରିଯାନ ଚଳାଚଳରେ କିପରି ବିଦ୍ୟାଳୟକୁ ଯାତାୟାତ କରୁଥିବା କୁନି କୁନି ପିଲାମାନେ କିପରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସେ ସଂମ୍ପର୍କରେ ଆଲୋଚନା କରାଯାଇଥିଲା l ଏତଦ ବ୍ୟତୀତ ସହରରେ ଶବ ସତ୍କାର ପାଇଁ ଏକ ଶ୍ମଶାନ ନିର୍ମାଣ ସହିତ ବିଦ୍ୟୁତ୍‌ ଚୁଲା ସକାଶେ ଦାବି ଉପସ୍ଥାପନା କରାଯାଇଥିଲା l ଏହିସବୁ ସମସ୍ୟା ଗୁଡିକ ସମଧାନ ପାଇଁ ସ୍ଥାନୀୟ ନେତୃବୃନ୍ଦ ପ୍ରଶାସନକୁ ଅବଗତ କରାଇ ତୁରନ୍ତ ସମାଧାନ କରିବାକୁ ସ୍ଥିର କରାଯାଇଛି l ଏହି ଆଲୋଚନାରେ ରବିନାରାୟଣ ସାହୁ, ଅମର ପ୍ରସାଦ ଶତପଥୀ, ଡମ୍ବରୁଧର ବିଶ୍ୱାଳ, ପର୍ଶୁରାମ ଭୁୟା, ନିର୍ମଳ ସାହୁ, ଅର୍ଜୁନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ l ପରିଶେଷରେ ବରିଷ୍ଠ ସଦସ୍ୟ ଦିଲ୍ଲୀପ କୁମାର ସ୍ୱାଇଁ ଧନ୍ୟବାଦ ଦେଇଥିଲେ l

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories