ଧୂଆଁ ଧୂଆଁ କାମାକ୍ଷାନଗର; ଧୂଳିରେ ଅଚ୍ଛାଦିତ ସହର, ଭାରିଯାନ ଚଳାଚଳରେ କଟକଣା ଦାବି
କାମାକ୍ଷାନଗର: କାମାକ୍ଷାନଗର ସହରର ୫୩ନଂ ଜାତୀୟ ରାଜପଥରେ ଭାରିଯାନ ଚଳାଚଳ ଉପରେ କଟକଣା ଲାଗୁ କରିବାକୁ ସାଧାରଣରେ ଦାବି ହେଉଛି l ପ୍ରାୟ ସବୁବେଳେ ଏହି ଜାତୀୟ ରାଜପଥରେ ଭାରିଯାନ ଯାତାୟାତ କରୁଛି l ଫଳରେ ବିଦ୍ୟାଳୟକୁ ଯାଉଥିବା ଛାତ୍ରଛାତ୍ରୀ ମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଖାଲି ସେତିକି ନୁହେଁ ଅଞ୍ଚଳବାସୀ ମାନେ ମଧ୍ୟ ବହୁ ଅସୁବିଧାରେ ସମ୍ମୁଖିନ ହେଉଛନ୍ତି । ଏପରିକି ଗାଡିଚଳାଚଳ କରୁଥିବାରୁ ଧୂଳିରେ ସହର ଅଚ୍ଛାଦିତ ହୋଇପଡୁଛି l ଅନୁଗୋଳରୁ ବାହାରୁଥିବା ଟ୍ରଲର ବା ଭାରିଯାନ ଗୁଡିକ ଢେଙ୍କାନାଳ, ମଙ୍ଗୁଳି ଦେଇ ଯାଜପୁର ଯିବା ପାଇଁ ବ୍ୟବସ୍ଥା ରହିଛି l କିନ୍ତୁ ଭାରିଯାନର ମାଲିକ ମାନେ ଗାଡିର ତେଲ ବଞ୍ଚାଇବାକୁ ଯାଇ ଢେଙ୍କାନାଳ ଠାରୁ କାମାକ୍ଷାନଗର ଦେଇ ଯାଜପୁର ଯାଉଛନ୍ତି l ତେଣୁ ପାଖାପାଖି ୭୦ କିଲୋମିଟର କମ ରହୁଛି l ଢେଙ୍କାନାଳ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ଅନୁଗୁଳରୁ ଯାଉଥିବା ଟ୍ରଲର ଗୁଡିକ ଢେଙ୍କାନାଳ, ମଙ୍ଗୁଳି ଦେଇ ଯାଜପୁର ଯିବା ଦିଗରେ ପଦକ୍ଷେପ ନେବା ସକାଶେ ସାଧାରଣରେ ଦାବି ହେଉଛି l
Comments are closed.