କାମାକ୍ଷାନଗର : କାମାକ୍ଷାନଗରରେ ଦୀର୍ଘ ଦିନ ବ୍ୟବଧାନପରେ ପୁଣି କଳା ପଲସର ଆତଙ୍କ। ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଫେରୁଥିବାବେଳେ, ଅଧ ବାଟରୁ ଗୋଟିଏ କଳା ରଙ୍ଗର ପଲସର ବାଇକରେ ଦୁଇଜଣ ଦୁର୍ବୁତ୍ତ ଆସି ଟଙ୍କା ବ୍ୟାଗଟି ଛଡାଇ ନେଇ ଫେରାର ହୋଇଗଲେ। ଲୁଟର ଶିକାର ହୋଇଥିବା ମହିଳା ଜଣକ ହେଲେ କଙ୍କଡାହାଡ ଥାନା ରହଣି ଗ୍ରାମର ସିତା ବାରିକ। ସୂଚନା ମୁତାବକ ଗତକାଲି ଦିନ ପ୍ରାୟ ୧୨ଟାରେ ସିତା ଗ୍ରାମ୍ୟବ୍ୟାଙ୍କରୁ ୪୦ ହଜାର ଟଙ୍କା ଉଠାଇ ଏକ ବ୍ୟାଗରେ ଟଙ୍କା ନେଇ ଘରକୁ ଫେରୁଥିଲେ । ଫେରିବା ବାଟରେ ନୂଆ ରହଣି ରାସ୍ତାରେ ଏକ ନିଛାଟିଆ ସ୍ଥାନରେ କଳାରଙ୍ଗର ଏକ ପଲସର ବାଇକରେ ଦୁଇ ଜଣ ଦୁର୍ବୁତ୍ତ ଆସି ତାଙ୍କ ଟଙ୍କା ବ୍ୟାଗଟି ଝାମ୍ପି ନେଇ ଆଖିପିଛୁଳାକେ ଫେରାର ହୋଇଗଲେ। ଏନେଇ ସଂପୃକ୍ତ ମହିଳା ଜଣକ ଥାନାରେ ଜଣାଇବା ପରେ ପୁଲିସ ଘଟଣାର ତଦନ୍ତ କରୁଛି।
Popular Categories



