କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପରିସର ମଧ୍ୟରେ ଥିବା ଆଧାର ପଞ୍ଜିକରଣ କେନ୍ଦ୍ର ଭୂତ କୋଠରୀ ପାଲଟିଛି ଆଜକୁ ତିନି ମାସ ହେଲା ଆଧାର ପଞ୍ଜୀକରଣ କେନ୍ଦ୍ର ରେ ତାଲା ଝୁଲୁଛି। ବ୍ଲକ ଆସି ଲୋକେ ନାଇଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହୋଇ ଫେରୁଥିବା ଦେଖିବାକୁ ମିଳୁଛି। ପିଲା ଠାରୁ ବୃଦ୍ଧା ପର୍ଯ୍ୟନ୍ତ ସମସ୍ତଙ୍କ ଆଧାର କାର୍ଡରେ ରହିଥିବା ତ୍ରୁଟିକୁ ସଂଶୋଧନ କରିବାକୁ ଉକ୍ତ ବ୍ଲକର ୧୪ଟି ପଞ୍ଚାୟତର ଦୁର୍ଗମ ପାହାଡ଼ ପର୍ବତ ଡେଇଁ ଦୂର ଦୁରାନ୍ତ ରୁ ବ୍ଲକ ମଧ୍ୟରେ ଥିବା ଆଧାର ପଞ୍ଜିକରଣ କେନ୍ଦ୍ରକୁ ଆସି ତାହା ତାଲା ଝୁଲିବା ଦେଖି ନିରାଶ ହୋଇ ଫେରୁଥିବା ଜଣା ପଡ଼ିଛି।
ବାୟ ମେଟ୍ରିକୋ ସମସ୍ୟା ଯୋଗୁଁ ମଣ୍ଡିରେ ଧାନ ବିକ୍ରି, ଚାଉଳ ନେବା ସମୟ, ବୃଦ୍ଧ ବୃଦ୍ଧା ମାନେ ସେବା କେନ୍ଦ୍ରରେ ଭତ୍ତା ଟଙ୍କା ଦେଣ ନେଣ କରିବା ସମୟ,ପ୍ରସୂତି ମା ମାନଙ୍କର ଟଙ୍କା ବ୍ୟାଙ୍କ ଆକାଉଣ୍ଟ କୁ ନ ଆସିବା ଏହିପରି ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବାର ଦେଖିବାକୁ ମିଳିଛି। ବିଗତ ଦିନରେ ସରକାରଙ୍କ ଆଧାର ଦେୟ ମୂଲ୍ୟର ସୂଚୀ ଆଧାର ପଞ୍ଜିକରଣ କେନ୍ଦ୍ରରେ କାନ୍ଥରେ ଟଙ୍ଗାଇ ନିର୍ଦ୍ଧାରିତ ମୂଲ୍ୟ ଠାରୁ ମଧ୍ୟ ଅଧିକ ଟଙ୍କା ନେଉ ଥିବା ଅଭିଯୋଗ ହେଉଛି ।
ଏହାର ସ୍ଵଚ୍ଛତା ପାଇଁ ପ୍ରତ୍ୟେକ ଦିନ ଆଧାର ଅପରେଟର ଦିନକର ପଞ୍ଜିକରଣ ବ୍ୟକ୍ତିଙ୍କ ନାମ ଓ ଟେଲିଫୋନ ନମ୍ବରର ଏକ ପ୍ରିଣ୍ଟ( ନକଲ) ଗୋଷ୍ଟି ଉନୟନ ଅଧିକାରୀ ଙ୍କୁ ହସ୍ତାନ୍ତର କଲେ ଏହାର ସଠିକ ତଦନ୍ତ ହୋଇ ପାରିବ ବୋଲି ବୁଦ୍ଧି ଯିବି ମହଲରେ ଆଲୋଚନା ଚାଲିଛି।ବର୍ତ୍ତମାନ ଦେଖିବା କୁ ବାକି ରହିଲା କେବେ ଆଧାର କେନ୍ଦ୍ର ରୁ ଭୂତ ଘଉଡ଼ାଇ ପଞ୍ଜିକରଣ କାମ ଆରମ୍ଭ କରାଯିବ।



