ସତ୍ୟବାଦୀରେ ବାଘ !

ସତ୍ୟବାଦୀ : ସତ୍ୟବାଦୀ ଥାନା ଅନ୍ତର୍ଗତ ଦାସ ବିଦ୍ୟାଧରପୁର ପଞ୍ଚାୟତର ପକ୍ଷୀମୁଣ୍ଡ ଯୋଗଣିଆ ଶଙ୍ଖ ଗହୀରରେ ଏକ ବାଘ ଯାଉଥିବାର ପକ୍ଷୀମୁଣ୍ଡ ଗ୍ରାମବାସୀ ଦେଖିଥିଲେ । ବାଘଟି ଧିରେ ଧିରେ ଧାନ ବିଲ ହିଡ଼ରେ ନିକଟସ୍ଥ କୁଞ୍ଜର ଜାମୁଦଣ୍ଡା ଜଙ୍ଗଲ ଭିତରକୁ ଚାଲିଯାଇଥିଲା ବୋଲି ଗ୍ରାମବାସୀ କହିଛନ୍ତି । ବାଘର ଏକ ଭିଡିଓ ମଧ୍ୟ ଭାଇରାଲ ହେଉଛି । ଗତ ତିନି ମାସ ତଳେ ମଧ୍ୟ ଏହି ସ୍ଥାନରେ ବାଘ ନଜର ଆସିଥିଲା ବୋଲି ଗାଁ ଲୋକେ କହୁଛନ୍ତି ।

Comments are closed.