ବାଡି ପଟ କବାଟ ଭାଙ୍ଗି ଲୁଟି ନେଲେ ୫ ଲକ୍ଷ ଟଙ୍କା ସହ ୫୦ ଗ୍ରାମ ସୁନା

କଲ୍ୟାଣସିଂହପୁର – ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସେରିଗୁମ୍ମା ପଞ୍ଚାୟତରେ ଚୋରି , ଥାନାରେ ଲିଖିତ ଅଭିଯୋଗ । ଚଳିତ ମାସ ୧୪ତାରିଖ ଦିନ ଲାଡି ଶଙ୍କର (୫୩) କୌଣସି କାମରେ ବାହାରକୁ ଯାଇଥିଲେ । ୧୫ତାରିଖ ରାତି ୭ଟା ସମୟରେ ଆସି ଦେଖିବା ବେଳେ ବାଡ଼ି ପଟ କବାଟରେ ତାଲା ଭଙ୍ଗା ଯାଇଥିଲା ।

ଘରେ ଚୋର ପଶି ନଗଦ ୫ ଲକ୍ଷ ଟଙ୍କା,୫ ତୋଳା ସୁନା ଓ ୧୦ ତୋଳା ରୁପା ନେଇଥିବା ସେ ଜାଣିବା ପାଇଁ ପାଇଥିଲେ । ସ୍ଥାନୀୟ ଥାନାରେ ସେ ଲିଖିତ ଅଭିଯୋଗ କରିଛନ୍ତି ।ଏହାକୁ ନେଇ ପୁଲିସ ଆଇ ଆଇସି ମୁକୁନ୍ଦ ଦେବ ନାୟକଙ୍କ ସମେତ ଅନ୍ୟ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି । ଉକ୍ତ ବ୍ଲକରେ ବାରମ୍ବାର ଚୋରି ହେଉଥିଲେ ସୁଦ୍ଧା ପୁଲିସ ଚୋରକୁ ଠାବ ପାରୁନାହିଁ । ପୂର୍ବରୁ ସେରିଗୁମ୍ମା ରେ ଉକ୍ତ ଲୋକଙ୍କ ଘରୁ ବାଇକ ,ଅନ୍ୟ କେତେ ଘରୁ ମୋବାଇଲ ଓ ଟଙ୍କା ଚୋରି ହୋଇଥିବା ବେଳେ ସଦର ମହକୁମାରେ ମଧ୍ୟ ଚୋରି ହୋଇଥିଲେବି ପୁଲିସ ଚୋରକୁ ଗରିଫ କରିପାରୁନାହିଁ।

Comments are closed.