www.samajalive.in
Sunday, December 7, 2025
14.1 C
Bhubaneswar

ଭାଷଣ ପ୍ରତିଯୋଗିତାରେ ରାଜ୍ୟସ୍ତରକୁ ମନୋନୀତ ହେଲେ ଛାତ୍ରୀ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁରରେ ଥିବା ଓଡ଼ିଶା ଆର୍ଦଶ ବିଦ୍ୟାଳୟ ସଂଗଠନର ପ୍ରତିଷ୍ଠା ଦିବସ ଉପଲକ୍ଷେ ପ୍ରଥମେ ବିଦ୍ୟାଳୟ ସ୍ତରୀୟ ଭାଷଣ ପ୍ରତିଯୋଗିତାରେ ମନୋନୀତ ହୋଇ ଅଦ୍ୱିତ୍ୟା ଦାସ ଜିଲ୍ଲା ସ୍ତରକୁ ମନୋନୀତ ହୋଇଥିଲେ। ଜିଲ୍ଲା ସ୍ତରରେ ମଧ୍ୟ ପ୍ରଥମ ହୋଇ ମଣ୍ଡଳ ସ୍ତରକୁ ମନୋନୀତ ହୋଇଥିଲେ। ହେଲେ ସବୁଠୁ ବଡ଼ ଖୁସିର କଥା କଲ୍ୟାଣସିଂହପୁର ପରି ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଇଲାକାରେ ଆଦର୍ଶ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ରୀ ଅଦ୍ୱିତ୍ୟା କୋରାପୁଟ ଜିଲ୍ଲାର ମାଛରା ଆଦର୍ଶ ବିଦ୍ୟାଳୟରେ ହେଉଥିବା ମଣ୍ଡଳ ସ୍ତରୀୟ ପ୍ରତିଯୋଗୀତାରେ ସେ ରାଜ୍ୟ ସ୍ତରକୁ ମନୋନୀତ ହୋଇଛନ୍ତି। ରାଜ୍ୟ ସ୍ତରରେ ରାୟଗଡ଼ାର ନାମ ରଖିଛନ୍ତି। ଆଜି ବିଦ୍ୟାଳୟର ଅଧ୍ୟକ୍ଷ ସଙ୍ଗୀତ ପଲକ ପ୍ରାର୍ଥନା ସଭାରେ ଅଦ୍ୱିତ୍ୟାଙ୍କୁ ଫୁଲତୋଡ଼ା ଦେଇ ଅଭିନନ୍ଦନ ଜଣାଇବା ସହ ରାଜ୍ୟ ସ୍ତରରେ କେମିତି ରାୟଗଡ଼ା ଜିଲ୍ଲାର ନାମ ରଖିପାରିବ ସେ ବିଷୟରେ ସମସ୍ତ ଶିକ୍ଷକ ମାନଙ୍କ ସହ ଆଲୋଚନା କରୁଥିଲେ। ବିଦ୍ୟାଳୟରେ ଖୁସିର ବାତାବରଣ ଖେଳିଯାଇଛି। ରାୟଗଡ଼ା ଜିଲ୍ଲାର ସମସ୍ତ ଆଦର୍ଶ ବିଦ୍ୟାଳୟ ର ଶିକ୍ଷକ ଓ କଲ୍ୟାଣସିଂହପୁର ବ୍ଲକର ବିଭିନ୍ନ ମହଲରୁ ଶୁଭେଚ୍ଛା ର ସୁଅ ଛୁଟୁଛି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories