www.samajalive.in
Sunday, December 7, 2025
14.1 C
Bhubaneswar

ଅହିଂସା ରଥକୁ ସ୍ୱାଗତ ପାଇଁ ପ୍ରସ୍ତୁତ ବୈଠକ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକକୁ ଚଳିତ ମାସ ୧୭ ତାରିଖରେ ଆସୁଥିବା ଅହିଂସା ରଥକୁ ସ୍ୱାଗତ ପାଇଁ ସମିତି କାର୍ୟ୍ୟାଳୟର ସଭାଗୃହରେ ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ସମିତି ଅଧ୍ୟକ୍ଷା ଅମ୍ବ୍ରିତା କାଡ୍ରାକାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଡ଼ିଓ ତାପସ କୁମାର ଭୋଇ, ଜିପିଓ ମାନସ ରଞ୍ଜନ ପ୍ରଧାନ,ସହକାରୀ ଯନ୍ତ୍ରୀ ସବ୍ୟସାଚୀ ନାୟକ, ବିପିଏମ କଳ୍ପତରୁ ବେହେରା ମଞ୍ଚାସିନ ରହିଥିଲେ । ଚଳିତ ମାସ ୧୭ ତାରିଖ ଶନିବାର ଦିନ କାଶୀପୁର ବ୍ଲକ ଠାରୁ କଲ୍ୟାଣସିଂହପୁର ବ୍ଲକର ସିକରପାଇ ଠାରେ ଅହିଂସା ରଥ ପହଞ୍ଚିବ । ସେହି ଠାରେ ଅହିଂସା ରଥକୁ ସ୍ୱାଗତ କରିବା ପରେ ଶିକରପାଇରେ ରଥ ପରିକ୍ରମା କରି ଶହୀଦ ଲଖଣ ନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯିବ । ବୁଡ଼ାଗୁଡା ସେବାଶ୍ରମ, ବୁଡ଼ାଗୁଡା, କୃଷ୍ଣପାତ୍ରଗୁଡା,ଶିରିପୁର ଉଚ୍ଚ ବିଦ୍ୟାଳୟରେ ରଥକୁ ସ୍ୱାଗତ କରିବା ପରେ ବିନିଶପୁର ଶହୀଦ ପୀଠରେ ସହିଦଙ୍କୁ ପୁଷ୍ପମାଲ୍ୟ ଦେଇ କଲ୍ୟାଣସିଂହପୁର ସଦରରେ ସ୍ୱାଗତ କରି ଗ୍ରାମ ପରିକ୍ରମା କରାଯିବ ବୋଲି ଆଲୋଚନା କରିଥିଲେ ।ଏଥିରେ ସ୍ୱୟଂ ସହାୟକ ଗୋଷ୍ଠୀ, ଆଶା, ଅଙ୍ଗନବାଡି କର୍ମୀ, ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ, ଜନସାଧାରଣ ପ୍ରମୁଖ ଉପସ୍ଥିତ ରହି ଅହିଂସା ରଥକୁ ସ୍ୱାଗତ କରାଯିବ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ । ଏଥିରେ ପ୍ରତ୍ୟେକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ, ଡ୍ରାଇଭର ସଂଘ, ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ, ଦେବଗିରି ମହାବିଦ୍ୟାଳୟର ଅଧ୍ୟକ୍ଷ, ଆଇ ସି ଡି ଏସ ର କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories