କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନାରାୟଣପୁରରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସ ଦଳ ପକ୍ଷରୁ ପ୍ରଚାର କରୁଥିବା ଦେଖିବାକୁ ମିଳିଛି। ଆଜି କଂଗ୍ରେସ ଦଳ ପକ୍ଷରୁ ନାରାୟଣପୁର ଠାରେ ସରପଞ୍ଚ ପ୍ରାର୍ଥୀ ଧନସିଂ ତିମାକା, ସମିତି ସଭ୍ୟା ଲଳିତା ହିକକା,୧୨ଟି ୱାର୍ଡର ସଭ୍ୟାସଭ୍ୟ ପ୍ରମୁଖ ସମେତ ଦଳୀୟ କର୍ମୀ ନେତା ପ୍ରମୁଖ ଉପସ୍ଥିତ ରହି ଗାଁଗାଁ ବୁଲି ନିଜ ନିଜ ପ୍ରାର୍ଥୀ ଚିହ୍ନ ଦେଇ ସେଥିରେ ମୋହର ମାରି ଜିତାଇବାକୁ ଭୋଟରଙ୍କୁ ନିବେଦନ କରୁଥିବା ଦେଖିବାକୁ ମିଳିଛି। ବୁଧବାର ଦିନ ବିଜେଡି ପକ୍ଷରୁ ବ୍ଲକ ସଦରରେ ପ୍ରଚାର ଆରମ୍ଭ କରିଥିବା ବେଳେ ଆଜି କଂଗ୍ରେସ ପକ୍ଷରୁ ପଞ୍ଚାୟତରୁ ପ୍ରଚାର ଆରମ୍ଭ କରିଥିବା ଦେଖିବାକୁ ମିଳିଛି।
Popular Categories



