www.samajalive.in
Sunday, December 14, 2025
26.1 C
Bhubaneswar

ଏବେଠାରୁ ଦେଖା ଦେଲାଣି ଭବିଷ୍ୟତ ଯୁଦ୍ଧର ଟ୍ରେଲର – ସେନାଧ୍ୟକ୍ଷ ଜେନେରାଲ ନରୱଣେ

ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱଣେ କହିଛନ୍ତି, କିଛି ଦେଶ ଆଇନକାନୁନ ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରି ସୀମାରେ ଅଶାନ୍ତ ବାତାବରଣ ସୃଷ୍ଟି କରିବାରେ ଲାଗିଛନ୍ତି ଯାହା ଆଗାମୀ ଦିନରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି କରିବ ଏବଂ ଏବେ ଠାରୁ ଯୁଦ୍ଧର ଟ୍ରେଲର ଦେଖାଦେଲାଣି। ଆଜି ପ୍ରଜ୍ଞାନ କାନକ୍ଳେଭକୁ ସମ୍ବୋଧନ କରିବା ଅବସରରେ ଜେନେରାଲ ନରୱଣେ ଚୀନ ନାଁ ନନେଇ କହିଛନ୍ତି ଯେ କିଛି ଦେଶ ବିଶ୍ୱରେ ପ୍ରଚଳିତ ଆଇନକାନୁନ ବ୍ୟବସ୍ଥାକୁ ଅଣଦେଖା କରିବା ସହ ଆହ୍ୱାନମୂଳକ ପରିସ୍ଥିତି ସୃଷ୍ଟି କରୁଛନ୍ତି।

ସେ କହିଛନ୍ତି, ଏଭଳି ପରିସ୍ଥିତି କେବଳ ଆଗାମୀ ଦିନରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି କରିବ। ପ୍ରତ୍ୟେକ ଦିନ ଇଣ୍ଟରନେଟ ଏବଂ ସାଇବର କ୍ଷେତ୍ରରେ ଭାରତ ଉପରେ ଆକ୍ରମଣ ହେଉଥିବା ସେ କହିଛନ୍ତି। ୨୦୦୦ ମସିହାର ଘଟଣାକୁ ସ୍ମରଣ କରି ସେ କହିଛନ୍ତି, ପ୍ରତ୍ୟେକ କ୍ଷେତ୍ରରେ ଭାରତ ପ୍ରତି ଦେଖା ଦେଉଥିବା ପରିସ୍ଥିତିର ମୁକାବିଲା କରାଯାଉଛି ଓ ଶତ୍ରୁପକ୍ଷର କଡା ମୁକାବିଲା କରାଯାଉଛି। ଏଭଳି ଛଦ୍ମ ଯୁଦ୍ଧର ଜବାବ ଦେବାରେ ଭାରତ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ସେ କହିଛନ୍ତି।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories