www.samajalive.in
Sunday, December 7, 2025
26.1 C
Bhubaneswar

ଉତ୍ତମ ଚିକିତ୍ସା ପାଇଁ ସହାୟତା ଅପେକ୍ଷାରେ ଚା’ ଦୋକାନୀ ମୁରଲୀ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡା ପଞ୍ଚାୟତ କୁମ୍ବାରଗୁଡା ଛକରେ ଥିବା ଚା’ ଦୋକାନୀ ମୁରଲୀଧର ଗୌଡ଼ (ବୟସ ୩୭) ସରକାରଙ୍କ ସହାୟତା ଅପେକ୍ଷାରେ ରହିଛନ୍ତି । ଦିନ ଥିଲା ବେଶ ହସ ଖୁସିରେ ସ୍ତ୍ରୀ ସୁକାନ୍ତି ଗୌଡ଼, ପୁଅ, ବୁଢ଼ୀ ମାଆଙ୍କ ସହ ଦିନ କାଟି ଆସୁଥିଲେ। କିନ୍ତୁ ଦୁଇ ବର୍ଷ ତଳେ ଘରେ ପାଳନ କରିଥିବା ଗାଈ ସନ୍ଧ୍ୟାରେ ଘରକୁ ନ ଫେରିବାରୁ ଖୋଜିବା ପାଇଁ ଯିବା ସମୟରେ ରାସ୍ତାରେ ଦୁଇ ଯୁବକ ବାଇକରେ ଆସି ପଛପଟରୁ ମୁରଲୀଙ୍କୁ ଧକ୍କା ମାରି ଚାଲି ଯାଇଥିଲେ। ଯାହା ଫଳରେ ଘଟଣାସ୍ଥଳରେ ଅଣ୍ଟାର ପଞ୍ଜରା ହାଡ଼ ଭାଙ୍ଗି ଗଲା ପରେ ସ୍ଥାନୀୟ ଲୋକମାନେ ଦେଖି ଘରକୁ ଫୋନ କରି କଲ୍ୟାଣସିଂହପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ଅଧିକ ଗୁରୁତର ହବାରୁ କଟକ ବଡ ମେଡ଼ିକାଲକୁ ପଠାଇଥିଲେ।
କଟକ ବଡ ମେଡ଼ିକାଲରେ ପାଖାପାଖି ୮ ରୁ ୯ ମାସ ଧରି ଚିକିତ୍ସା କରିବା ପରେ ମଧ୍ୟ ସ୍ୱାସ୍ଥ୍ୟ ଅବସ୍ଥା ଭଲ ହୋଇ ପାରି ନ ଥିଲା । ସ୍ୱାମୀଙ୍କୁ ସୁସ୍ଥ କରିବା ପାଇଁ ସ୍ତ୍ରୀ ଘରେ ଥିବା ସୁନା ଗହଣା ସହିତ ଗାଈ ଗୋରୁ ଯାହା ଥିଲା ଚାଷ ଜମି ସବୁ ବିକ୍ରି କରି ପାଖପାଖି ସାତ ଲକ୍ଷ ଟଙ୍କା ଖର୍ଚ୍ଚ କରି ସବୁ ସାରି ଦେଇଥିଲେ। ଏତିକି ଟଙ୍କା ନ ଅଣ୍ଟିବାରୁ ବାଧ୍ୟ ହୋଇ କଟକ ବଡ ମେଡ଼ିକାଲରୁ ନିଜ ଘରକୁ ଫେରାଇ ଆଣି ଥିଲେ। ପରେ ସରକାରି ସହାୟତା ଯୋଗାଇ ଦେବେ ବୋଲି ଆଶା କରି ଗୁହାରୀ କରିବା ପାଇଁ ସ୍ଥାନୀୟ ପଞ୍ଚାୟତ ଠାରୁ ବ୍ଲକ ଅଧିକାରୀ, ବିଧାୟକ, ଜିଲ୍ଲାପାଳ ସମିତି ସଭ୍ୟ ପର୍ଯ୍ୟନ୍ତ ବୁଲି ବୁଲି ନିରାଶ ହୋଇ ଆଜି ହାର ନ ମାନି ପୁଣି ନିଜେ କଷ୍ଟେ ମଷ୍ଟେ ଚା ବିକ୍ରି କରି ନିଜେ ଚିକିତ୍ସା ହେଉଥିବା ମୁରଲୀ ଗୌଡ଼ଙ୍କ ସ୍ତ୍ରୀ ସୁକାନ୍ତି କୋହଭାର କଣ୍ଠରେ କହିଛନ୍ତି। ଏହି ଗରିବ ନିରୀହ ମୁରଲୀଙ୍କୁ ସରକାର କିମ୍ବା ସହୃଦୟବାନ ବ୍ୟକ୍ତି ସାହାଯ୍ୟ ସହଯୋଗ କଲେ ପୁଣି ପରିବାରରେ ହସ ଖୁସିରେ ସୁନାର ସଂସାର ଗଢି ତୋଳିବ ବୋଲି ଆଶା କରାଯାଉଛି।

ଦେଖନ୍ତୁ ଭିଡିଓ; କେବଳ ଫଟୋ ପାଇଁ କୁମ୍ଭୀର ନିକଟକୁ ପିଲାଙ୍କୁ ପଠାଇଲେ,ତା’ପରେ..

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories