କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତରେ ନିୟମଗିରି ପାହାଡ଼କୁ କରାଯାଇଥିବା ରାସ୍ତା ପାଲଟିଛି ମରଣଯନ୍ତା। କଲ୍ୟାଣସିଂହପୁରଠାରୁ କଳାହାଣ୍ଡି ସୀମାନ୍ତ ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ପକ୍ଷରୁ ରାସ୍ତା ନିର୍ମାଣ କରାଯାଇଛି। ଧାମୁଣିପଙ୍ଗା ପଞ୍ଚାୟତର ଢେପାଗୁଡା ଛକ ବା ମୁଖ୍ୟ ରାସ୍ତାଠାରୁ ନାରିଙ୍ଗିତୋଳା ଦେଇ ବୁଡୁଣୀ ନିୟମଗିରି ପାହାଡ଼କୁ ମଧ୍ୟ ଆର୍ଡି ବିଭାଗ ପକ୍ଷରୁ ରାସ୍ତା ନିର୍ମାଣ କରାଯାଇଥିଲା। ଉକ୍ତ ରାସ୍ତାରେ ଭାରୀଯାନ ନ ଯାଉଣୁ ରାସ୍ତା କେଉଁଠି ଦାବି ଯାଇଛି ତ ଆଉ କେଉଁଠି ବଜୁରୀ ବାହାରି ପଡିଛି। ନିୟମଗିରି ଡଙ୍ଗରିଆ ଓ ଅନୁସୂଚିତ ଜାତି ଓ ଜନଜାତି ଲୋକମାନେ ବାଇକରେ ଏହି ରାସ୍ତାରେ ଯାଇ ପଡ଼ି ଖଣ୍ଡିଆ ଖାବରା ହେଉଥିବା କହିଛନ୍ତି। ଆଉ କେତେ ଲୋକ ନିଜେ ଦୁର୍ଘଟଣାଗ୍ରସ୍ତ ହୋଇ ମୃତ୍ୟୁ ମୁଖରୁ ବଞ୍ଚିଥିବା ପୂର୍ବତନ ସରପଞ୍ଚ ବାମ କାଡ୍ରାକା କହିଛନ୍ତି। ତେଣୁ ଉକ୍ତ ରାସ୍ତାକୁ ତୁରନ୍ତ ପ୍ରଶାସନ ଦୃଷ୍ଟି ଦେଇ ମରାମତି କରିବା ପାଇଁ ନିୟମଗିରିବାସୀ ଦାବି କରିଛନ୍ତି।
Popular Categories



